କଥା ରଖିଲେ ମନ୍ତ୍ରୀ ଅରୁଣ, ଟ୍ରେନରେ ଗଲେ ନୟାଗଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳିର ସବୁଠାରୁ ଅଧିକ ଚର୍ଚ୍ଚିତ ମନ୍ତ୍ରୀ ହେଲେ ଡ଼ଃ ଅରୁଣ କୁମାର ସାହୁ । ସେ ନିଜ ନିଆରା ଢଙ୍ଗର କାର୍ଯ୍ୟଶୈଳୀ ପାଇଁ ଲୋକଙ୍କ ପ୍ରିୟ ମନ୍ତ୍ରୀ ସାଜିଛନ୍ତି । ସେ କେତେବେଳେ କଲେଜ ପିଲାଙ୍କ ଅସୁବିଧା ବୁଝିବାକୁ ପୁରା ଦିନ ତାଙ୍କ ସହ କଟାଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ଅସୁବିଧା ବୁଝି ତାର ସମାଧନ କରିବାକୁ ନୟାଗଡ଼ ବସଷ୍ଟାଣ୍ଡରେ ଜନତା ଦରବାର କରୁଛନ୍ତି । ଶ୍ରୀ ସାହୁ ମନ୍ତ୍ରୀପଦ ପାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ଜନତାଙ୍କ ନିକଟତର ହେବାକୁ ଓ ତାଙ୍କ ସୁଖ ଦୁଃଖର ସାଥୀହେବା ପ୍ରୟାସ ଜାରି ରଖିଛନ୍ତି ।

କିଛିଦିନ ତଳେ ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ରେଳ ଚଳାଚଳର ଶୁଭାରମ୍ଭ ହୋଇଥିଲା । ଏହି ଉଦଘାଟନ ସମୟରେ ମନ୍ତ୍ରୀ ନିଜେ ସେଠାରେ ଉପସ୍ଥିତ ରହିଥିଲେ ଓ ଟ୍ରେନରେ ଯାତ୍ରା ମଧ୍ଯ କଟିଥିଲେ । ସେ ସମୟରେ ଶ୍ରୀ ସାହୁ ନୟାଗଡ଼ ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି ଯେଉଁଦିନ ନୟାଗଡ଼ରୁ ଭୁବନେଶ୍ୱର ରେଳ ଚାଲିବ ମୁଁ ନିଶ୍ଚିତ ଟ୍ରେନରେ ଯିବା ଆସିବା କରିବି ।

ଆଜି ସେ ନିଜ ପ୍ରତିଶ୍ରୁତି ରଖିଛନ୍ତି ଭୁବନେଶ୍ୱର – ନୟାଗଡ଼ ପାସେଞ୍ଜର ଟ୍ରେନରେ ସାଧାରଣ ଲୋକଙ୍କ ଭଳି ଟିକେଟ କାଉଣ୍ଟରରୁ ଟିକେଟ କାଟି ସନ୍ଧ୍ୟା ୬ ଟା ୪୦ ମିନିଟରେ ଟ୍ରେନରେ ନୟାଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି । ଏବଂ ନୟାଗଡ଼ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a comment