କୁରକୁଟ୍ଟାରେ ଆରମ୍ଭ କଲେ ନିର୍ବାଚନୀ ପ୍ରଚାର, ଆପଣ ମାନେ ଖୁସି ତ କହି ବିଜେପୁରବାସୀଙ୍କ ମନ ଜିଣିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରଗଡ କୁରକୁଟ୍ଟାରୁ ବିଜେପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ସେଠାରୁ ହାଇଟେକ ବସରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବା ପରେ ଲୋକଙ୍କୁ ସମ୍ବୋଧିତ କରି ‘ଆପଣ ମାନେ ଖୁସି ତ’ ବୋଲି ପଚାରିଛନ୍ତି । ଏହାସହ ସେ ଦଳୀୟ ପ୍ରାର୍ଥୀ ରୀତାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ, ୧୯ରେ ବିଜେପୁର ଉପନିର୍ବାଚନର ପ୍ରଚାର ଶେଷ ହେଉଛି । ତେଣୁ ମୁଖ୍ୟମନ୍ତ୍ରୀ ଆଜି ସକାଳ ୧୦ଟା ୩୦ରେ ବରଗଡ଼ ଜିଲ୍ଲାର ଲାଉମୁଣ୍ଡା ହେଲିପ୍ୟାଡ଼ ପହଞ୍ଚିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ କୁରକୁଟ୍ଟା ଯାଇ ପ୍ରଚାର ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ରୋଡ ଶୋ କରିଥିଲେ । ଆଜି ରାତିରେ ବରଗଡ଼ର ପୂର୍ତ୍ତ ବିଭାଗ ଆଇବିରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୧୮ ତାରିଖ ସକାଳ ସାଢ଼େ ୯ଟାରେ ସେ ବରଗଡ଼ରୁ ହେଲିକପ୍ଟର୍ ଯୋଗେ ଯାଇ ଗାଇସିଲଟ୍ ବ୍ଲକ ତଳପାଲି ଯାତ୍ରା ପଡ଼ିଆରେ ଓହ୍ଲାଇବେ । ସେଠାରୁ ରୋଡ୍ ସୋ’ ଆରମ୍ଭ କରି ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିବେ । ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକରେ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ କରିବେ । ଆସନ୍ତା କାଲି ଅପରାହ୍ନ ୩.୩୦ରେ ଭୁବନେଶ୍ୱର ଫେରିିବେ ମୁଖ୍ୟମନ୍ତ୍ରୀ ।

Leave a comment