୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ପି.ଆର.ଏମ ମେଡିକାଲ ପରିଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫ଟି ସଚିବ ଭି.କେ ପାଣ୍ଡିଆନ ଗତକାଲି ମୟୁରଭଞ୍ଜ ଜିଲା ବାରିପଦା ସହରରେ ଥିବା ପି.ଆର.ଏମ ମେଡିକାଲ ପରିଦର୍ଶନ କରିଥିଲେ । ଡାକ୍ତରଖାନାର ମାତୃ ଓ ଶିଶୁ ବିକାଶ କେନ୍ଦ୍ର ସହ ବିଭିନ୍ନ ୱାର୍ଡ ବୁଲି ଦେଖିଥିଲେ । ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଥିଲେ ଶ୍ରୀ ପାଣ୍ଡିଆନ । ଶ୍ରୀ ପାଣ୍ଡିଆନଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ସାଲିନି ପଣ୍ଡିତ ମଧ୍ୟ ଜିଲା ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ।

ଅପରପକ୍ଷରେ ଶ୍ରୀ ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥାରେ ପଡିଥିବା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ସତେ ଯେମିତି ସ୍ୱଚ୍ଛତା ର ପରିଚୟ ଦେଉଛି । ୫ଟି ସଚିବଙ୍କ ଗସ୍ତକୁ ନଜରରେ ରଖି ଜିଲା ସ୍ୱାସ୍ଥ୍ୟ ବିଭାଗ ରାତି ଦିନ ଏକ କରି ହସ୍ପିଟାଲର ରୂପ ରେଖ ବଦଳାଇଛନ୍ତି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଚାଲିଛି । ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି । ବିଭିନ୍ନ ଜିଲା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଶ୍ରୀ ପଣ୍ଡିଆନ ସିଧାସଳଖ ଆଲୋଚନା କରୁଛନ୍ତି । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ୫-ଟି ସଚିବ । ଏହି ପରିଦର୍ଶନ ସମୟରେ ମୟୁରଭଞ୍ଜ ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

Leave a comment