ପୋଲିସ ଏନକାଉଣ୍ଟରରେ ଘାଇଲା ହେଲା ଜିତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ପୋଲିସ ଏନକାଉଣ୍ଟର ର ଶିକାର ହୋଇଛି । ଅନେକ ଦିନ ହେଲା ପୋଲିସ ଟାର୍ଗେଟ ରେ ଥିଲା ଜିତୁ । ଏହି ଏନକାଉଣ୍ଟରରେ ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି । ସେ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛି । ପୋଲିସ ଜିତୁ ନିକଟରୁ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ଜବତ କରିଛି ।

ସୂଚନା ଅନୁଯାୟୀ, ଜିତୁ ନାଁରେ କଟକ, ଭୁବନେଶ୍ୱର, ଯାଜପୁର ଅଂଚଳରେ ଅନେକ ମାମଲା ରହିଛି । ସେ ତାର ଗ୍ୟାଙ୍ଗ ସହ କଟକ ଓ ଭୁବନେଶ୍ୱରରେ ଏକାଧିକ ଡକାୟତ ଏବଂ ଲୁଟ କରି କମିଶନରେଟ ପୁଲିସର ମୋଷ୍ଟ ୱାନଟେଡ଼ ପାଲଟି ଯାଇଥିଲା । ରବିବାର ସକାଳେ ସେ ଚୌଦ୍ୱାର ନିକଟସ୍ଥ ଏକ ଜଙ୍ଗଲରେ ଲୁଚିଥିବା ନେଇ ପୁଲିସକୁ ଖବର ମିଳିଥିଲା । ପରେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ମିଳିତ ଭାବେ ସେଠାରେ ଚଢଉ କରିଥିଲା । ଚଢଉ ସମୟରେ ପୁଲିସକୁ ଜିତୁ ଖସି ଯିବାକୁ ଉଦ୍ୟମ କରିଥିଲା । ପୁଲିସ ପିଛା କରିବାରୁ ସେ ତାଙ୍କ ଉପରକୁ ଗୁଳିମାଡ କରିଥିଲା । ଫଳରେ ଚୌଦ୍ୱାର ଥାନା ଇନ୍ସପେକ୍ଟର ଓ ସ୍ପେଶାଲ ସ୍କ୍ୱାଡ ଅଧିକାରୀ ଅଳ୍କକେ ବର୍ତି ଯାଇଥିଲେ । ପରେ ପୁଲିସ ତାକୁ କାବୁ କରିବାକୁ ଯାଇ ପାଲଟା ଗୁଳିମାଡ କରିଥିଲା । ଉଭୟ ପକ୍ଷରୁ ପ୍ରାୟ ୫ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା । ଶେଷରେ ପୁଲିସ ଗୁଳିରେ ଜିତୁ ଘାଇଲା ହୋଇଥିଲା । ଜିତୁ ନାଁରେ ୧୦ରୁ ଅଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

Leave a comment