ରାତି ଅଧରେ ଯାତ୍ରୀବାହୀ ବସ ଲୁଟିଲେ ଡକାୟତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତି ଅଧରେ କିଛି ଡକାୟତ ବସ ଅଟକାଇ ଡ୍ରାଇଭର୍‌ ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା । ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ‘ବିଜୟା’ ନାମକ ଏକ ଘରୋଇ ବସକୁ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ନିକଟ ଜଙ୍ଗଲ ରାସ୍ତା ଜାମୁଡ଼ିହି ସାହି ଛକରେ କିଛି ଡକାୟତ ଅଟକାଇଥିଲେ । ବସ ଅଟକିବାକ୍ଷଣି ସେମାନେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତଳକୁ ଟାଣିନେଇ ମାରିଥିଲେ ଓ ୧୦ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିଲେ । ସୌଭାଗ୍ୟ ବଶତଃ ବସଯାତ୍ରୀ ଏହି ଲୁଟରୁ ବର୍ତ୍ତି ଯାଇଛନ୍ତି । ଏହି ବସଟି ଶରତରୁ ଭୁବନେଶ୍ୱର ଆସୁଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a comment