ଟ୍ରେନ ସୁନା ଚାଲାଣକାରୀଙ୍କ ଭିଡ଼ିଓ ଜାରି କଲା କେନ୍ଦ୍ରୀୟ ଅବକାରୀ ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରେ ସୁନା ଚାଲାଣ କରି ଗିରଫ ହୋଇଥିବା ଦୁଇ ଜଣଙ୍କ ଭିଡିଓ ଜାରି କଲା କେନ୍ଦ୍ରୀୟ ଅବକାରୀ ବିଭାଗ । ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣଙ୍କୁ ଜେରା କରିବା ପରେ ବିଦେଶରୁ ମୁମ୍ବାଇକୁ କିଭଳି ସୁନା ସ୍ମଗଲିଂ ହେଉଛି  ତାହାର ଖୁଲାସା କରିଛି ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟ । ଗିରଫ ବ୍ୟକ୍ତି ଦ୍ବୟ ହେଲେ ଧନରାଜ ମହାଦେବ ଯାଦବ ଏବଂ ଆର ଏନ୍ ରାହୁଳ ।

ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବରୁ ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରେ ଧନରାଜ ମହାଦେବ ଯାଦବ ଏବଂ ଆର ଏନ୍ ରାହୁଳ ୧୨କେଜି ୯୩୨ଗ୍ରାମର ସୁନାଚୋରା ଚାଲାଣ କରୁଥିବା ବେଳେ ରାଜସ୍ୱ ଗୁଇନ୍ଦା ବିଭାଗ ଅଧିକାରୀ ଏହାକୁ ଜବତ କରିଥିଲା । ଏହି ସୁନା ଚୋରା ଚାଲାଣ ସୁନା ବିସ୍କୁଟ ଆକାରରେ ହେଉଥିଲା । ଏହି ୧୧୦ ଖଣ୍ଡ ସୁନା ବିସ୍କୁଟର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ।

ରାଜସ୍ୱ ଗୋଇନ୍ଦା ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ସୁନାଗୁଡିକ ବିଭିନ୍ନ ଦେଶରୁ ଜଳପଥ ଓ ବିମାନରେ ବାଂଲାଦେଶ ଦେଇ କୋଲକତାକୁ ଆସୁଛି । ସେଠାରୁ ଟ୍ରେନ୍ ଯୋଗେ ମୁମ୍ବାଇକୁ ଚାଲାଣ ହେଉଛି ।

Leave a comment