ଶୋଇଥିବା ଅବସ୍ଥାରେ ଚଢ଼ିଗଲା ବସ,ଚାଲିଗଲା ୭ ଜୀବନ

0

ଓଡ଼ିଶ ଫାଷ୍ଟ (ବ୍ୟୁରୋ):ଉତ୍ତରପ୍ରଦେଶର ବୁଲନ୍ଦସହରକୁ ତୀର୍ଥଯାତ୍ରା କରିବାକୁ ଆସିଥିବା ଏକ ପରିବାରର ୪ ମହିଳା ଓ ୩ ଜଣ ଛୋଟପିଲାଙ୍କ ଉପରେ ଏକ ବେସରକାରୀ ବସ ମାଡିଯାଇଛି । ଶୁକ୍ରବାର ସକାଳୁ ରାସ୍ତାକଡରେ ଶୋଇଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଏକ ବସ ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢିଯାଇଥିଲା । ଏହି ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସମସ୍ତ ମୃତକ ହାଥରସର ବୋଲି ଜଣାପଡିଛି । ଗଙ୍ଗାନଦୀରେ ସ୍ନାନ କରିବା ପରେ ନରୋରା ଘାଟ ଫେରିଥିଲେ । ଦୁର୍ଘଟଣା ଘଟାଇଥିବା ବସଟି ବୈଷ୍ଣୋଦେବୀରୁ ତୀର୍ଥଯାତ୍ରୀଙ୍କୁ ଧରି ଫେରୁଥିଲା । ପୋଲିସ କହିବାନୁସାରେ , ଦୁର୍ଘଟଣା ଘଟାଇବା ପରେ ଗାଡି ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

Leave a comment