ପୁରୀ ଶ୍ରୀମନ୍ଦିର ପାରିପାଶ୍ୱିକ ରୂପରେଖ ହେବ ସ୍ୱର୍ଣ୍ଣ ମନ୍ଦିର ଶୈଳୀରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ବିଶ୍ୱ ଐତିହ ମାନ୍ୟତା ପ୍ରାପ୍ତ କରିବା ଦିଗରେ ରାଜ୍ୟସରକାର, ପୁରୀ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ସଚିବ ଡାକ୍ତର କ୍ରିଷ୍ଣ କୁମାର, ପୁରୀ ଜିଲାପାଳ ଅନ୍ୟାନ୍ୟ ଅଧିକାରୀ ମାନେ ନିଜର ସମସ୍ତ ଚେଷ୍ଟା ଜାରୀ ରଖିଛନ୍ତି । ଶ୍ରୀମନ୍ଦିର ର ସୌନ୍ଦରଜିକରଣ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ସରିଲାଣି । ସ୍ୱର୍ଣ୍ଣ ମନ୍ଦିର ଶୈଳୀରେ ଶ୍ରୀମନ୍ଦିର ପାରିପାଶ୍ୱିକ ବିକାଶ କରାଯିବାକୁ ଯୋଜନା ତିଆରି ହୋଇଥିବା ଶ୍ରୀମନ୍ଦିର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ସୁରକ୍ଷାରେ ଥିବା ମେଘନାଦ ପାଚେରୀ ଚତୁରପାର୍ଶ୍ଵରୁ ୭୫ମିଟର ପର୍ଯ୍ୟନ୍ତ ଜବରଦଖଲ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମଠ ଗୁଡିକ ଉଚ୍ଛେଦ କରାଯାଇଛି । ଏହି ଚତୁରପାର୍ଶ୍ଵ ପଥର ଖୋଦିତ ଟାଇଲରେ ଆଚ୍ଛାଦିତ ହେବାସହ ବିଭିନ୍ନ ଆଲୋକୀକରଣ ମଧ୍ୟ କରାଯିବ । ଶ୍ରୀମନ୍ଦିର ସୌନ୍ଦରଜିକରଣ ପ୍ରକ୍ରିୟାକୁ ସବୁ ଦିଗରୁ ସମର୍ଥନ ମିଳିସାରିଛି । ଯାହାକି ଏହି ଦାୟିତ୍ୱରେ ଥିବା ଅଧିକାରୀଙ୍କ ମନୋବଳକୁ ଦ୍ୱିଗୁଣିତ କରିଛି । ସେହିପରି ମେଘନାଦ ପାଚେରୀ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯିବ । ଅପରପକ୍ଷରେ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତଙ୍କୁ ମଧ୍ୟ ସହାୟତା ରାଶି ବା ଘର ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ।

Leave a comment