ମଧୁ ମୋ ସ୍ୱାମୀକୁ ପୋଡି ହତ୍ୟା କରିଛି : ରଶ୍ମିତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲିକୁଦା ଥାନା ଅନ୍ତର୍ଗତ ଦାଗାଁ ଗ୍ରାମ ବିଦ୍ୟାଳୟରୁ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିର ପୋଡ଼ା ମୃତଦେହର ପରିଚୟ ମିଳିଛି । ମୃତ ବ୍ୟକ୍ତି ଜଣକ ହେଲେ ନୟାଗଡ ଜିଲ୍ଲା କୃଷ୍ଣ ଚନ୍ଦ୍ର ଚମ୍ପତ୍ତିରାୟ ଓରଫ ସାଗର । ସେ ଗତ ଶନିବାର ଅହମ୍ମଦାବାଦ ଯାଉଛି ବୋଲି କହି ଘରୁ ଯିବାପରେ ତାଙ୍କର ଖୋଜଖବର ମିଳିନଥିଲା । ଅଜଣା ଯୁବକର ମୃତଦେହ ଉଦ୍ଧାର ହୋଇଥିବା ଖବର ପାଇ ସାଗରଙ୍କ ପରିବାରଲୋକ ଆସି ତାଙ୍କ ମୃତଦେହ ଚିହ୍ନଟ କରିଥିଲେ । ସାଗରଙ୍କ ମୃତ୍ୟୁ ପାଇଁ ମଧୁ ନାମ୍ନୀ ଜଣେ ଯୁବତୀ ଦାୟୀ ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ କାଞ୍ଚନପୁର ଗ୍ରାମର ପ୍ରଫୁଲ୍ଲ କୁମାର ଚମ୍ପତ୍ତିରାୟଙ୍କ ପୁଅ କୃଷ୍ଣ ଚନ୍ଦ୍ର ଚମ୍ପତ୍ତିରାୟ ଓରଫ ସାଗର ଅହମ୍ମଦାବାଦରେ ରହି ଚାକିରୀ କରୁଥିଲେ । ସାଗର ୪ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ସୁନ୍ଦରପଦା ଗ୍ରାମର ପ୍ରେମାନନ୍ଦ ସାହୁଙ୍କ ଝିଅ ରଶ୍ମୀତା ସାହୁଙ୍କୁ ବିବାହ କରିଥିଲେ । ସାଗର ସ୍ତ୍ରୀ ରଶ୍ମୀତା ଓ ୩ ବର୍ଷର ଝିଅକୁ ଛାଡି ଅହମ୍ମଦାବାଦର ଏକ ଘରୋଇ କମ୍ପାନିରେ କମ୍ପ୍ୟୁଟର ଆସିଣ୍ଟାଣ୍ଟ ଭାବେ କାମ କରୁଥିଲେ । ସେଠାରେ ମଧୁ ନାମକ ଏକ ଯୁବତୀ ସହ ତାଙ୍କର ସାକ୍ଷାତ ହୋଇଥିଲା । ମଧୁ ତାର ଅହମ୍ମଦାବାଦ ସ୍ଥିତ ସମ୍ପର୍କିୟଙ୍କ ଘରେ ରହୁଥିଲା । ଉଭୟଙ୍କ ମଧ୍ୟରେ ଅତ୍ୟଧିକ ସମୟ ଫୋନରେ କଥାବାର୍ତ୍ତା ହେବାଦେଖି ସଗାରଙ୍କ ପତ୍ନୀ ସନ୍ଦେହ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ମଧ୍ୟ ହୋଇଥିବା ଜଣେ ପଡ଼ୋଶୀ ପୋଲିସ ଆଗରେ କହିଛନ୍ତି ।

ସେହିପରି ମଧୁ ଓ ସାଗର ଏକାଠି ବୁଲାବୁଲି କରିବା ସହ ଫଟୋ ଉଠାଇଥିବା କୃଷ୍ଣଙ୍କ ସ୍ତ୍ରୀ ପୁଲିସ ଆଗରେ କହିବା ସହ ମଧୁ ହିଁ ତାଙ୍କ ସ୍ୱାମୀର ହତ୍ୟାକାରୀ ବୋଲି କହିଛନ୍ତି । ପୋଲିସ ମଧୁର ଠିକଣା ପାଇବାକୁ ଅଧିକ ତଦନ୍ତ ଚଳାଇଛି ।

Leave a comment