ବିରୋଧ ଭୟରେ ଭୋଜି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨ତାରିଖରେ ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଡାଯାତ୍ରାର ଶୁଭାରମ୍ଭ ହୋଇଥିଲା । ଏହି ପଦଯାତ୍ରାର ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ । ମାତ୍ର ସେଠାରେ କିଛି ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରାଯାଇଥିବା ଚର୍ଚ୍ଚା ଜୋର ଧରିଥିଲା । ଏହି ଚର୍ଚ୍ଚା ଧୀରେ ଧୀରେ ବିଦ୍ରୋହର ଧୂଆଁ ଉଠିବା ଆରମ୍ଭ ହୋଇଥିଲା । ମନ୍ତ୍ରୀ ଏହି ଧୂଆଁ ନିଆଁ ହୋଇ ତାଙ୍କ ସୁନାର ସାମ୍ରାଜ୍ୟ ପୋଡିବା ପୂର୍ବରୁ ବିଦ୍ରୋହୀଙ୍କୁ ମନାଇବାକୁ କରାଯାଇଥିଲା ଭୋଜିର ଆୟୋଜନ । ଯାହାକି ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା । କାହିଁକିନା ଯେଉଁ ମନ୍ତ୍ରୀ କାହାପାଇଁ ଟଙ୍କାଟିଏ ଖର୍ଚ୍ଚ କରନ୍ତି ନାହିଁ ସେପୁଣି ଦେଉଛନ୍ତି ଖାସି ମାଂସ ଓ ମଦ ର ଭୋଜି । ଏହା ଅନେକଙ୍କୁ ସହଜରେ ହଜମ ହୋଇନଥିଲା ।

ସୂଚନା ଅନୁଯାୟୀ, ପୂର୍ବରୁ ଏହି ବରିଷ୍ଠ ମନ୍ତ୍ରୀ ପାୱାରଫୁଲ ମନ୍ତ୍ରୀପଦ ପାଇଥିଲେ ଓ ନିଜ ସାମ୍ରାଜ୍ୟର ଖୁବ ବିସ୍ତାର ମଧ୍ୟ କରିଥିଲେ । କିନ୍ତୁ ଏଥର ତାଙ୍କୁ ମିଳିଛି ଏକ ହାଲୁକା ମନ୍ତ୍ରୀପଦ । ବିଗତ କିଛିଦିନ ହେବ ତାଙ୍କୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି କି ଏହି ମନ୍ତ୍ରୀ ନିଜ ପଦର ଅନେକ ଫାଇଦା ଉଠାଇଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନିଜ ୫ମ ପାଳି ସରକାରରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ନାରା ମନ୍ତ୍ରୀଙ୍କ ଟିକେ ଟେନସନ ବଢ଼ାଇ ଦେଇଛି । କାଳେ ମୁଖ୍ୟମନ୍ତ୍ରୀଙ୍କ ନଜର ତାଙ୍କ ଉପରେ ପଡିଯିବ ଏବଂ ତାଙ୍କ ସବୁ ଦୁର୍ନୀତିର ପର୍ଦାଫାଶ ହୋଇଯିବ ସେଥିପାଇଁ ଅସନ୍ତୁଷ୍ଟ ଙ୍କୁ ମନାଇବାକୁ ମନ୍ତ୍ରୀ ଏହି ଭୋଜି କରିଥିବା ବିଜେଡି କର୍ମୀ ମହଲରେ ଚର୍ଚ୍ଚା ଚାଲିଛି ।

Leave a comment