ସ୍ବାମୀ,ସ୍ତ୍ରୀ ବିବାଦର କରୁଣ ପରିଣତି ନିଜ ତିନି ଛୁଆଙ୍କୁ ହତ୍ୟା ଉଦ୍ୟମ କଲା ବାପା,ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ବାମୀ, ସ୍ତ୍ରୀ ବିବାଦର କରୁଣ ପରିଣତି । ଛତିଶଗଡ ରାୟପୁର ଅଂଚଳରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ନିଜ ଦୁଇଟି ପୁଅ ଏବଂ ଗୋଟିଏ ଝିଅକୁ ହତ୍ୟା ଉଦ୍ୟମ କରିଛି ବାପା । ଗୁରୁତର ଅବସ୍ଥାରେ ତିନି ଛୁଆଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ରାୟପୁରର ରାଜେନ୍ଦ୍ରନଗର ଥାନା ଅଧିନସ୍ଥ ଅମଲିଡିହ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସୋମବାର ସନ୍ଧ୍ୟା ବେଳେ ସ୍ୱାମୀ ଘନଶ୍ୟାମ କୋସରିଆ ନିଜର ୩ ଛୁଆଙ୍କୁ ହତ୍ୟା ଉଦ୍ୟମ କରିଛି । ଅଭିଯୁକ୍ତ ବାପା ଛୁରୀ ଏବଂ ରଡ ସାହାଯ୍ୟରେ ଶିଶୁମାନଙ୍କ ଉପରେ ଆକ୍ରମଣ କରିଛି । ଆକ୍ରମଣ ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଘନଶ୍ୟାମ ତା ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲା । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟ ପ୍ରାୟ ସମୟରେ ଝଗଡା ହେଉଥିଲା । ସୋମବାର ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଫଳରେ ଉତକ୍ଷିପ୍ତ ହୋଇ ଘନଶ୍ୟାମ ତିନି ଛୁଆଙ୍କ ଉପରେ ଆକ୍ରମଣ କରିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତିନି ଛୁଆଙ୍କୁ ହସ୍ପିଟାଲ ପଠାଇବା ସହ ଅଭିଯୁକ୍ତ ଘନଶ୍ୟାମଙ୍କୁ ଗିରଫ କରିଛି । ଏହାସହ ଛୁଆଙ୍କୁ ଆକ୍ରମଣରେ ବ୍ୟବହୃତ ହୋଇଥିବା ଛୁରୀ ଏବଂ ରଡକୁ ଜବତ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।