ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ: ଭକ୍ତ ଦାସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ , କିନ୍ତୁ ସଂଗ୍ରାମ ଜାରି ରଖିବି ଏପରି କିଛି ବକ୍ତବ୍ୟ ରଖିଛସନ୍ତି ପୂର୍ବତନ ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ।
ସୂଚନା ଅନୁଯାୟୀ, ଆଜି କଂଗ୍ରେସ ପଦଯାତ୍ରା ଉତ୍ସବରେ ପୂର୍ବରୁ ୯ ଥର ନିର୍ବାଚନ ଲଢ଼ି ସାରିଥିବା ପୂର୍ବତନ ସାଂସଦ ତଥା କଂଗ୍ରେସ ବରିଷ୍ଠ ନେତା ଭକ୍ତ ଦାସ ରାଜନୀତିରୁ ସନ୍ୟାସ ନେବା କଥା ଘୋଷଣା କରିଛନ୍ତି । ଶ୍ରୀ ଦାସ ପୂର୍ବରୁ ୩ଥର ସାଂସଦ ହୋଇଥିବା ବେଳେ ୬ଥର ନିର୍ବାଚନରେ ପରାସ୍ତ ହୋଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ଏଥର ନୂଆ ପିଲାଙ୍କୁ ସୁଯୋଗ ଦିଆଯିବ ସମୟ ଆସିଯାଇଛି । ଆମେ କେବଳ ତାର ମାର୍ଗ ଦର୍ଶକ ହେବୁ । ମୁଁ କ୍ଷମତାକୁ ଜାବୁଡ଼ି ଧରି ବସିବା ଲୋକ ନୁହେଁ । ମୁଁ ଲୋକଙ୍କ ଉପରେ ବୋଝ ହେବାକୁ ଚାହେଁ ନାହିଁ। କଂଗ୍ରେସ ସଂଗ୍ରାମ ଜାରି ରଖିବି ।
ସେହିପରି ଶ୍ରୀ ଦାସ କହିଛନ୍ତି,“ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରୁଛନ୍ତି । ଯଦି ରାଜ୍ୟ ସରକାର ଏପରି ପଶ୍ଚିମ ଓଡ଼ିଶାକୁ ଅଣ ଦେଖା କରିବା ଜାରି ରଖନ୍ତି, ତେବେ ଅନ୍ୟ ଏକ ରାଜ୍ୟ ଗଠନ ହେବ ।”