ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ । ବିଜେପୁର ଉପନିର୍ବାନ ପୂର୍ବରୁ ବଦଳିବେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର । ଆଇଏଏସ ସୁରେନ୍ଦ୍ର କୁମାର ଚଳିତ ନିର୍ବାଚନ ପରେ ସିଇଓ ପଦରୁ ବିରତି ନେବାକୁ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ।

ସୂଚନା ଅନୁଯାୟୀ, ଆଇଏଏସ ସୁରେନ୍ଦ୍ର କୁମାର ସିଇଓ ପଦରୁ ବିରତି ନେବାକୁ ଜଣାଇବା ପରେ ନିର୍ବାଚନ କମିସନ ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ନୂତନ ସିଇଓ ଚୟନ ଦାୟିତ୍ୱ ଦେଇଥିଲେ । ଏହି ଦାୟିତ୍ୱ କ୍ରମେ ଶ୍ରୀ ତ୍ରିପାଠୀ ତିନିଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ନାମ ସୁପାରିସ କରିଛନ୍ତି । ସେମାନେ ହେଲେ ୧୯୯୯ ବ୍ୟାଚର ଆଇଏଏସ

* ବର୍ତ୍ତମାନର ଭୂ-ବନ୍ଦୋବସ୍ତ କମିସନର- ଏନ.ବି.ଏସ ରାଜପୁତ

* ବର୍ତ୍ତମାନର ବାଣିଜ୍ୟିକ କମିସନର ଏବଂ ଅବକାରୀ ବିଭାଗ ଶାସନ- ସଚିବ ସୁଶୀଲ କୁମାର ଲୋହାନି

* ବର୍ତ୍ତମାନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ- ଭାସ୍କର ଜ୍ୟୋତି ଶର୍ମା

୨୦୧୮ ମସିହା ବିଜେପୁର ଉପନିର୍ବାଚନ ପୂର୍ବରୁ ବରିଷ୍ଠ ଆଇଏଏସ ଅଧିକାରୀ ସୁରେନ୍ଦ୍ର କୁମାର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏବଂ ୨୦୧୯ ବିଜେପୁର ଉପନିର୍ବାଚନ ପୂର୍ବରୁ ଶ୍ରୀ କୁମାରଙ୍କ ବଦଳି ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଅକ୍ଟୋବର ୨୧ ତାରିଖରେ ହେବାକୁଥିବା ବିଜେପୁର ଉପନିର୍ବାଚନ ପୂର୍ବରୁ ଶ୍ରୀ କୁମାରଙ୍କୁ ବଦଳାଯିବ ନା ନାହିଁ ତାହା ନିର୍ବାଚନ କମିସନଙ୍କ ଉପରେ ନିର୍ଭର କରୁଛି ବୋଲି ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

Leave a comment