ଗଣମାଧ୍ୟମ ଏବଂ ଲୋକସମ୍ପର୍କ ଉପଦେଷ୍ଟା ଦାୟିତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆଜି ବିଧିବଦ୍ଧ ଭାବେ ଗଣମାଧ୍ୟମ ଏବଂ ଲୋକସମ୍ପର୍କ ଉପଦେଷ୍ଟା ଭାବେ ଆଇଏଣ୍ଡପିଆର ବିଭାଗ ମୁଖ୍ୟ କାର୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୂଚନା ଅନୁଯାୟୀ, ଆଇଏଣ୍ଡପିଆର ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏବଂ ଅନ୍ୟାନ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମାନସ ମଙ୍ଗରାଜ ଆଜି ଗଣମାଧ୍ୟମ ଏବଂ ଲୋକସମ୍ପର୍କ ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମଙ୍ଗରାଜଙ୍କୁ କିଛିଦିନ ତଳେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ । ଶ୍ରୀ ମଙ୍ଗରାଜଙ୍କ ପୂର୍ବରୁ ଅନେକ ବର୍ଷର ସାମ୍ବାଦିକତା ଅଭିଜ୍ଞତା ଥିବାରୁ ତାଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିବା ଚର୍ଚ୍ଚା ହେଉଛି ।

Leave a comment