ପୁରୀରେ ଏନ୍କାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରଧୀ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନ୍କାଉଣ୍ଟର କରିଛି । ଏହି ଏନ୍କାଉଣ୍ଟରରେ ଉଭୟ Qଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି । ଆହତଦ୍ୱୟ ହେଲେ ବ୍ରାଉନ ସୁଗାର ବ୍ୟବସାୟୀ ବିଶୁ ଓରଫ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ ସିୟାମତ୍ ଖାନ ।
ସୂଚନା ଅନୁଯାୟୀ, ଗତ ରାତିରେ ଖବର ପାଇଁ ବାସେଲିସାହି ଓ ତାଳବଣିଆରେ ଚଢ଼ାଉ କରିଥିଲା ପୋଲିସ । ପୋଲିସକୁ ଦେଖି ଉଭୟ ଗୁଳି ଚାଳନା କରିଥିଲେ । ପାଲଟା ଜବାବରେ ପୋଲିସ ଗୁଳି ଚଳାଇ ଥିଲା । ଫଳରେ ଉଭୟ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛନ୍ତି । ଆହତ ଟିକି ଖାଁ କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଉଭୟ ଅପରାଧୀଙ୍କ ନିକଟରୁ ପୋଲିସ ଗୋଟିଏ ଲେଖାଏଁ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି । ଟିକି ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।