ଦବିଲା କାଠଯୋଡ଼ି ବ୍ରିଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋପାଳପୁର – ଲିଙ୍କରୋଡ୍ ରାସ୍ତାର ଆରମ୍ଭରୁ କାଠଯୋଡ଼ି ବ୍ରିଜଟି ସାମନ୍ୟ ଦବି ଯାଇଛି । ଫଳରେ ଭାରି ଯାନ ଯାତାୟାତକୁ ବନ୍ଦ କରି ଦିଆଯାଇଛି । ଏହି ବ୍ରିଜଟି ନୂତନଭାବେ ନିର୍ମାଣ କରାଯାଇଥିବାରୁ ଏହାର ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିବା ଚର୍ଚ୍ଚା ହେବ ସହ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ଗୋପାଳପୁର – ଲିଙ୍କରୋଡ୍ ରାସ୍ତାର ଆରମ୍ଭରୁ କାଠଯୋଡ଼ି ବ୍ରିଜଟି ଆଜି ସାମନ୍ୟ ଦବି ଯାଇଥିବା ପରିଲକ୍ଷିତ ହୋଇଥିଲା । କାଠଯୋଡି ନଦୀ ଉପର ପୋଲର ସାଇଡଓ୍ଵାଲରେ ବୁଧବାର ଏକ ବଡ଼ଧରଣର ଫାଟ ସୃଷ୍ଟି ହୋଇଥିଲା । ଦବି ଥିବା ସ୍ଥାନକୁ ଏନଏଚଆଇ ଓ ପୁଲିସ ପକ୍ଷରୁ କର୍ଡନ କରାଯାଇଛି । ଘଟଣାସ୍ଥଳରେ କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଦିନ କେଇଟା ପୂର୍ବରୁ ପଳାଶୁଣି ବ୍ରିଜ ୬ଫୁଟ ଦବିଯାଇଥିଲା ।