ଲକ୍ଷ୍ମୀସାଗର ପୋଲିସ ଟାର୍ଗେଟରେ ଚୋରା ମଦ ବ୍ୟବସାୟୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଚୋରା ମଦ ବ୍ୟବସାୟ । ଏହି କାରବାର ରାତିରେ ଚାଲୁଥିବାରୁ ରାଜଧାନୀରେ ଅପରାଧିକ ମାମଲା ବଢିଚାଲିଛି । ଯାହାକୁ ନେଇ ଭୁବନେଶ୍ୱର ଲକ୍ଷ୍ମୀସାଗର ପୋଲିସ ନିଜ ରଣନୀତି ବଦଳାଇଛି । ବର୍ତ୍ତମାନ ଲକ୍ଷ୍ମୀସାଗର ପୋଲିସ ଟାର୍ଗେଟରେ ଚୋରା ମଦ ବ୍ୟବସାୟୀ । ଆଗକୁ ପାର୍ବଣ ଋତୁ ଥିବାରୁ ପୁରା ଆକ୍ସନ ମୁଡ଼ରେ ପୋଲିସ । ଚୋରା ମଦ ବେପାର ବନ୍ଦ କରିବା ପାଇଁ ଷ୍ଟେସନ ବଜାର ସ୍ଥିତ ପ୍ରଧାନ ବସ୍ତିରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଲକ୍ଷ୍ମୀସାଗର ପୋଲିସ ରାଜୁ ରେଡ୍ଡୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ବିଭିନ୍ନ ପ୍ରକାର ୧୨୯ବୋତଲ ମଦ ଜବତ କରିଛି ।

ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ପୋଲିସ ଆଜି ଷ୍ଟେସନ ବଜାର ସ୍ଥିତ ପ୍ରଧାନ ବସ୍ତିରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ରାଜୁ ରେଡ୍ଡୀ(୩୨) ନାମକ ଏକ ବ୍ୟକ୍ତିକୁ ଗିରଫ କରିଛି । ରାଜୁ ଠାରୁ ପୋଲିସ ବିଭିନ୍ନ ପ୍ରକାର ୧୨୯ବୋତଲ ମଦ ଜବତ କରିଛି । ରେଲୱେ ଷ୍ଟେସନ ନିକଟସ୍ଥ ପ୍ରଧାନ ବସ୍ତିରେ ଚୋର ମଦ ବ୍ୟବସାୟ ଅନେକ ଦିନରୁ ଚାଲୁଥିବା ଖବର ପୋଲିସ ପାଇଥିଲା । ତେଣୁ ସେ ଅଞ୍ଚଳରେ ଅପରାଧୀଙ୍କ ସଂଖ୍ୟା ରାତିରେ ବୃଦ୍ଧି ପାଉଥିଲା । ଅସାମାଜିକ ବ୍ୟକ୍ତି ରାତିରେ ଷ୍ଟେସନକୁ ଯିବା ଆସିବା ସମୟରେ ଲୂଟର ଶିକାର ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଏହି ଅଭିଯୋଗକୁ ଭିତ୍ତ କରି ଲକ୍ଷ୍ମୀସାଗର ପୋଲିସ ଚୋରା ମଦ ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଆଜିର ଚଢ଼ାଉ ପରେ ସ୍ଥାନୀୟ ବସିନ୍ଧା ପୋଲିସର ଅନେକ ପ୍ରଶଂସା କରୁଥିବା ସୂଚନା ମିଳିଛି ।

Leave a comment