ବଣ୍ଟନ ହେଲା ୫୦,୦୦୦ ରସଗୋଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଆଜି ଦିନ ୧୦ଟାରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି, ଓଡ଼ିଶା ପକ୍ଷରୁ ଜୟଦେବ ଭବନ ଠାରେ ୫୦,୦୦୦ ରସଗୋଲା ବଣ୍ଟନ କରାଗଲା ।
ସୂଚନା ଅନୁଯାୟୀ, ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି, ଓଡ଼ିଶା ପକ୍ଷରୁ ଜୟଦେବ ଭବନ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ଦେବୀ ମିଶ୍ର, ଭୁବନେଶ୍ୱର ମଧ୍ଯ ବିଧାୟକ ଅନନ୍ତ ନାରାୟଣ ଜେନା,ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରସଗୋଲା ଉପରେ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଏକ ସଙ୍ଗୀତ ପରିବେଷଣ କରିଥିଲେ । ରସଗୋଲା କ୍ଷେତ୍ରରେ କାର୍ଯ୍ୟ କରିଥିବା ୪୦ ଜଣ ପ୍ରତିଭାଙ୍କୁ ମଧ୍ୟ ସମ୍ବୋଧିତ କରାଯାଇଥିଲା ।