ଲୋକପ୍ରିୟତା ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ, ପଢନ୍ତୁ କେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି କେଉଁ ସ୍ଥାନରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣିଥରେ ନିଜ ଲୋକପ୍ରିୟତା ବଜାୟ ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଲଗାତାର ଭାବେ ୫ଥର ସରକାର ଗଠନ କରି ହୋଇପାରିଛନ୍ତି ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ଏହି ଖବର ଆସିବ ପରେ ଆଜି ସନ୍ଧ୍ୟା ୬ଟା ସମୟରେ ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସମ୍ବର୍ଦ୍ଧନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଜାତୀୟ ସ୍ତରରେ ଭିଡ଼ିପି ଆସୋସିଏଟ୍ ଦ୍ୱାରା ହୋଇଥିବା ଏକ ସର୍ଭେ ଅନୁଯାୟୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହି ୮୧ ପଏଣ୍ଟ ପାଇଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ୭୨ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ୍ ରେଡ୍ଡି ୭୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି । ୬୮ ପଏଣ୍ଟ ସହ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୪ର୍ଥ ସ୍ଥାନରେ ଅଛନ୍ତି । ୬୫ ପଏଣ୍ଟ ସହ ତେଲେଙ୍କାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ୫ମ ସ୍ଥାନରେ , ୬୨ ପଏଣ୍ଟ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୬ଷ୍ଠ ସ୍ଥାନରେ ଥିବାବେଳେ ୬୦ ପଏଣ୍ଟ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୭ମ ସ୍ଥାନରେ ଅଛନ୍ତି । ସେହିପରି ୫୯ ପଏଣ୍ଟ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ୮ମ ସ୍ଥାନରେ ଥିବାବେଳେ, ୫୭ ପଏଣ୍ଟରେ ନବମରେ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୪ ପଏଣ୍ଟ ପାଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରେ ୫୨ ପଏଣ୍ଟ ପାଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ୫୦ ପଏଣ୍ଟ ପାଇଛନ୍ତି । ଏହି ତାଲିକାରେ ଶେଷରେ ଅଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ।
ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହି ସର୍ଭେ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।