ଆଇଏଏସ ଗଗନ ଧଳଙ୍କୁ ମିଳିଲା ନୂତନ ଦାୟିତ୍ୱ, ଇସ୍ତଫା ଅଗ୍ରାହ୍ୟ କଲେ ସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ସ୍ବେଚ୍ଛାକୃତ ଅବସର ନେଇଥିବା ନେଇ ଚର୍ଚ୍ଚାରେ ଥିବା ୧୯୮୫ ବ୍ୟାଚ୍ ଆଇଏଏସ ଗଗନ ଧଳଙ୍କୁ ମିଳିଛି ନୂତନ ଦାୟିତ୍ୱ । ସରକାର ତାଙ୍କ ଭିଆରଏସ କୁ ଅଗ୍ରାହ୍ୟ କରିବା ସହ ଗଗନ ଧଳଙ୍କୁ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ୧୯୮୬ ବ୍ୟାଚ୍ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କୁ ଦିଆଯାଇଛି ଉନ୍ନୟନ କମିଶନର ଦାୟିତ୍ୱ । ଏହାସହ ସୁରେଶ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ମଧ୍ୟ ରହିବେ ।
ସେହିପରି ୧୯୮୬ ବ୍ୟାଚ୍ ଆଇଏଏସ୍ ଅସୀତ କୁମାର ତ୍ରିପାଠୀଙ୍କ ମୁଖ୍ୟ ଶାସନ ସଚିବ ନିଯୁକ୍ତି ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୯ତାରିଖରୁ ସେ ଏହି ଦାୟିତ୍ୱ ତୁଲାଇବେ।
୧୯୮୬ ବ୍ୟାଚ୍ ଆଇଏଏସ ସୁଦର୍ଶନ ପାଲ ଠାକୁରଙ୍କୁ ଅତରିକ୍ତ ଭାବେ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଥିବା ବେଳେ ବର୍ତ୍ତମାନ ସେ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଅଛନ୍ତି ।
୧୯୮୯ ବ୍ୟାଚ୍ ଆଇଏଏସ ମୋନା ଶର୍ମାଙ୍କୁ ଅତିରିକ୍ତ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ବର୍ତ୍ତମାନ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅଛନ୍ତି ।
୧୯୮୮ ବ୍ୟାଚ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ,
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ
୧୯୯୦ ବ୍ୟାଚ ଆଇଏଏସ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ଭାବେ ଗୃହ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ଏବେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସହିତ ଓଏମ୍ସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।
ଅପରପକ୍ଷରେ ବରିଷ୍ଠ ଆଇଆରଟିଏସ୍ ଅଫିସର ମନୋଜ ମିଶ୍ରଙ୍କୁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେ ବର୍ତ୍ତମାନ ବାଣିଜ୍ୟ ଓ ପରିବହନ ବିଭାଗରେ ରେଳବାଇ ସଂଯୋଜକ କମିଶନର ଦାୟିତ୍ୱରେ ଅଛନ୍ତି ।
ଭାରତୀୟ ଟେଲିକମ୍ ସେବାର ବରିଷ୍ଠ ଅଫିସର ରୁଦ୍ର ନାରାୟଣ ପଲାଇଙ୍କୁ ମିଳିଲା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ । ଶ୍ରୀ ପଲାଇ ଏବେ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ।