ଅସିତ ତ୍ରିପାଠୀଙ୍କୁ ମିଳିଲା ମୁଖ୍ୟ ଶାସନ ସଚିବ ଦାୟିତ୍ବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅସିତ ତ୍ରିପାଠୀଙ୍କୁ ମିଳିଲା ମୁଖ୍ୟ ଶାସନ ସଚିବ ଦାୟିତ୍ବ । ଗତକାଲି ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟ ଶାସନ ସଚିବ ପଦପାଇଁ ପ୍ରଶାସକ ଅସିତ ତ୍ରିପାଠୀ ଓ ସୁରେଶ ମହାପାତ୍ର ଦୁଇଜଣ ମୁଖ୍ୟ ଦାବେଦାର ଥିଲେ । ଶେଷରେ ସରକାରଙ୍କ ଗୁଡ଼ ଲିଷ୍ଟରେ ଥିବା ଅସିତ ତ୍ରିପାଠୀଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି । ଆସନ୍ତା ୧୯ତାରିଖରୁ ନୂଆ ନିଯୁକ୍ତି କାର୍ଯ୍ୟକାରୀ ହେବ ।

ସେହିପରି ମୁଖ୍ୟ ଶାସନ ସଚିବ ପଦବୀର ଅନ୍ୟ ଦାବେଦାର ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇବା ସହ ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସୂଚନା ଅନୁଯାୟୀ, ୧୯୮୬ ବ୍ୟାଚ୍‌ର ଆଇଏଏସ ଅଫିସର ଅସିତ ତ୍ରିପାଠୀ ବର୍ତ୍ତମାନ ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କିଛିଦିନ ପୂର୍ବେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।

Leave a comment