ଆଜିଠୁ ଲାଗୁହେଲା ନିୟମ, ପୁରୀ ଜଗନ୍ନାଥ ମନ୍ଦିରକୁ ପାନ, ଗୁଟଖା ନେଲେ ଲାଗିବ କେତେ ଜୋରିମାନା ପଢନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଲାଗୁହେଲା ନୂଆ ନିୟମ । ପୁରୀ ଜଗନ୍ନାଥ ମନ୍ଦିରକୁ ପାନ, ଗୁଟଖା ନିଷିଦ୍ଧ । ନିୟମ ନମାନିଲେ ଦେବାକୁ ହେବ ୫୦୦ଟଙ୍କା ଜୋରିମାନା । ଏହି ନିୟମ ଭକ୍ତ ଓ ସେବାୟତ ଉଭୟଙ୍କ ପାଇଁ ଲାଗୁ କରାଯାଇଛି ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ସ୍ୱଚ୍ଛତା ଓ ସୁନ୍ଦରତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପାନ ଓ ଗୁଟଖା ପୁରୀ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହା ଭକ୍ତ ଓ ସେବାୟତ ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି । ଯଦି କେହି ଏହି ନିୟମର ଅବମାନନା କରି ପାନ ବା ଗୁଟଖା ମନ୍ଦିର ଭିତରକୁ ନିଏ ତେବେ ତାକୁ ଜୋରିମାନା ଦେବାକୁ ପଡିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଥିଲେ ।