ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟର ୬୦୨ ପିଲା ନିଖୋଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ବିଧାୟକ ସୁର ରାଉତରାୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଗତ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ରାଜ୍ୟରେ ମୋଟ ୬୦୨ ପିଲା ନିଖୋଜ ହୋଇଛନ୍ତି ।

ସୂଚନା ଅନୁଯାୟୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ ରଖିଥିବା ବିବୃତ୍ତି ଅନୁସାରେ ରାଜ୍ୟରେ ଗତ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ୫୦୨ ନାବାଳିକା ନିଖୋଜ ଥିବାବେଳେ ୧୦୦ ନାବାଳକ ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫୫ଟି ନାବାଳିକା ଓ ୯୫ଟି ନାବାଳକ ନିଖୋଜ ମାମଲା ରୁଜୁ ହୋଇଛି ।

ଅପରପକ୍ଷରେ ସେମାନଙ୍କ ମଧ୍ୟରୁ କେବଳ ୭୯ ଜଣ ନାବାଳିକା ଓ ୩୧ ଜଣ ନାବାଳକଙ୍କ ସନ୍ଧାନ ମିଳିଛି ।

Leave a comment