ସୋସିଆଲ ମିଡିଆରେ ଘୁରି ବୁଲୁଛି ପାଟକୁରା ଇଭିଏମ ବଦଳ ନେଇ ଭାଇରଲ ଅଡିଓ ଟେପ, ଶୁଣନ୍ତୁ ଅଡିଓ ଟେପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ଥିବା ବେଳେ ଆବଶ୍ୟକ ସ୍ଥଳେ ଇଭିଏମ ଅଦଳ ବଦଳ ନେଇ ଏକ ଅଡିଓ ଟେପ ଭାଇରାଲ ହୋଇଛି । ଅଡ଼ିଓ ଟେପରେ ପାଟକୁରାର ସ୍ଥିତି ଓ ଇଭିଏମ ଅଦଳବଦଳ ନେଇ ହୋଇଥିବା ଯୋଜନା ସମ୍ପର୍କରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ କିଛି କଥାବାର୍ତ୍ତା ରହିଛି । ତେବେ କେଉଁ ଦୁଇଜଣ ଏଭଳି କଥାବାର୍ତ୍ତା ହୋଉଛନ୍ତି, ତାହା ଜଣାପଡିନଥିବା ବେଳେ ଜଣେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ସମର୍ଥକ ବୋଲି ସ୍ପଷ୍ଟ ଭାବରେ ଜଣାପଡୁଛି । ହେଲେ ଅନ୍ୟ ଜଣେ କିଏ, ତାହା ଜଣାପଡିନାହିଁ ।

ଅଡିଓରେ ସାରଦାଙ୍କ ସମର୍ଥକ ଜଣକ ବିଜେଡି ଇଭିଏମ ଅବଦଳବଦଳ ନେଇ ପ୍ଲାନ କରାଯାଇଥିବା କହିଛନ୍ତି । ସେ କହିଛନ୍ତି, ବିଶେଷ କରି ମାର୍ଶାଘାଇ ଓ ଗରଦପୁର ବ୍ଲକରେ ଇଭିଏମ ଅଦଳବଦଳ କରାଯିବାକୁ ଯୋଜନା କରାଯାଉଛି । ଯେଉଁ ଇଭିଏମ ରିଜର୍ଭରେ ରଖାଯାଇଛି, ସେଥିରେ ବିଜେଡି ସପକ୍ଷରେ ଭୋଟ ଦେଇ ବଦଳ କରାଯିବ ବୋଲି ସେ କହିଛନ୍ତି । ଏପରିକି ଘଟଣା ସମ୍ପର୍କରେ ବିଜୟ ମହାପାତ୍ରଙ୍କୁ ଜଣାବାକୁ କହୁଛନ୍ତି । ପ୍ରକୃତରେ ଭୋଟ ହେଲେ ବିଜେପିର ବିଜୟ ନିଶ୍ଚିତ ବୋଲି ଅଡିଓରେ କଥାବାର୍ତ୍ତା ରହିଛି ।

ସୂଚନା ଅନୁଯାୟୀ, ଦୁଇଦିନ ହେଲା ଏହି ଅଡ଼ିଓ ପାଟକୁରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ବିଜେଡି ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି । ତେବେ ଯଦି ସତରେ ଏଭଳି ଇଭିଏମ ଅଦଳ ବଦଳ ନେଇ ଯୋଜନା ହେଉଥାଏ, ତେବେ ନିଶ୍ଚିତ ଭାବେ ସାଂଘାତିକ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ଶନିବାର ପାଟକୁରା ନିର୍ବଚନ ଲାଗି ଗୁରୁବାର ସନ୍ଧ୍ୟାରେ ପ୍ରଚାର ସରିବ । ପ୍ରଚାରର ଶେଷ ଦିନରେ ବହୁ ହେଭିୱେଟ ନେତା ଓ ଅଭିନେତା ସାମିଲ ହୋଇ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ।

Leave a comment