ଶେଷ ମୁହୂର୍ତ୍ତରେ ବାତିଲ ହେଲା ଚନ୍ଦ୍ରୟାନ ୨ର ଉତ୍‌କ୍ଷେପଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷ ମୁହୂର୍ତ୍ତରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣକୁ ବାତିଲ କରିଦିଆଯାଇଛି । ଲଞ୍ଚ ଭେଇକିଲରେ କୌଣସି ସମସ୍ୟା ଥିବାରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ ଗବେଷଣା କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାର ଥିଲା । ମାତ୍ର ୫୬ ମିନିଟ୍‌ ୨୪ ସେକେଣ୍ଡ ପୂର୍ବରୁ ହିଁ ହଠାତ୍‌ ଉତକ୍ଷେପଣ ବନ୍ଦ ହୋଇଯାଇଥିଲା । କେଉଁ କାରଣ ଲାଗି ଏହାକୁ ସ୍ଥଗିତ ରଖାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲେ ହେଁ ଖୁବ୍‌ଶୀଘ୍ର ନୂଆ ତାରିଖ ଓ ସମୟ ଘୋଷଣା କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଯେ, ଜୁଲାଇ ୧୪-୧୫ ରାତି ୨ଟା ୫୧ରେ ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୨କୁ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବା ଲାଗି ରବିବାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଅଧିକ ଓଜନ ବହନକାରୀ ରକେଟ୍‌ ଜିଏସ୍‌ଏଲ୍‌ଭି-ମେକ୍‌୩ (ବାହୁବଲୀ ଭାବେ ନାମିତ୍‌)ଯୋଗେ ଚନ୍ଦ୍ରୟାନ-୨କୁ ସ୍ଥାନୀୟ ସ୍ପେସ୍‌ପୋର୍ଟରୁ ଲଞ୍ଚ୍‌ କରାଯାଇଥାନ୍ତା ।

Leave a comment