ରାଜାଙ୍କୁ ମିଳିଲା ବେଲ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚିତ ବିରଞ୍ଚି ଦାସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜା ଆଚାର୍ଯ୍ୟଙ୍କୁ ଆଉ ଏକ ଘଟଣାରୁ ଆଶ୍ବସ୍ତି୍ ମିଳିଛି । ୨୦୧୦ ଏପ୍ରିଲ ୧୮ରେ ଜ୍ୟୋତି ମୋଟର ମାଲିକଙ୍କୁ ବନ୍ଧୁକ ଦେଖାଇ ରାଜାଙ୍କ ସହଯୋଗୀ ଅପହରଣ ଘଟଣାରେ ହାଇକୋର୍ଟ ରାଜା ଆଚାର୍ଯ୍ୟଙ୍କୁ ସର୍ତ୍ତ ମୁଳକ ଜାମିନ ମିଳିଛି। ରାଜାଙ୍କ ଜାମିନ ମିଳିବା ପରେ ନିଜକୁ ପୁଣି ଅସୁରକ୍ଷିତ ମଣିଛନ୍ତି ବିରଞ୍ଚି ଦାସଙ୍କ ସ୍ତ୍ରୀ ଗୀତାଞ୍ଜଳି ପଣ୍ଡା । ତାଙ୍କ ସୁରକ୍ଷାରେ ଥିବା ପୋଲିସ ଅଧିକାରୀଙ୍କ ସଂଖ୍ୟା ବଢାଇବାକୁ ସେ ପୋଲିସ କମିଶନରଙ୍କ ନିକଟରେ ଆବେଦନ କରିବେ ବୋଲି କହିଛନ୍ତି । କିଛି ଦିନ ତଳେ କିଛି ଦୁର୍ବୃତ୍ତ ତାଙ୍କ ପୁତୁରାକୁ ଧମକ ଚମକ ଦେଇଥିଲେ । ମାତ୍ର ଏ ଘଟଣାକୁ ସେ ଗୁରୁତ୍ବ ଦେଇ ନ ଥିଲେ । ହେଲେ ଏବେ ରାଜାଙ୍କୁ ହାଇକୋର୍ଟରୁ ଜାମିନ ମିଳିବା ପରେ ତାଙ୍କ ସମର୍ଥକମାନେ କେଉଁ ମୁହୁର୍ତ୍ତରେ କଣ କରିବେ ତାହା କହି ହେଉନାହିଁ ବୋଲି ସେ କହିଛନ୍ତି ।

ବର୍ଷକ ତଳେ ବିରଞ୍ଚି ଦାସ ହତ୍ୟା ଘଟଣାରେ ରାଜାଙ୍କୁ ସୁପ୍ରିମକୋର୍ଟରୁ ସର୍ତ୍ତ ମୂଳକ ଜାମିନ ମିଳିଥିଲା । ହେଲେ ସର୍ତ୍ତ ମୁତାବକ ଟଙ୍କା ଦେଇ ପାରିନଥିବାରୁ ରାଜା ଏବେ ବି ଝାରପଡା ଜେଲରେ ଅଛନ୍ତି ।

Leave a comment