ସାଧାରଣ ବଜେଟ, ପଢନ୍ତୁ କଣ ହେଲା ମହଙ୍ଗା ଓ କଣ ହେଲା ଶସ୍ତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ କେତେକ ସାମଗ୍ରୀର ଦର ବଢ଼ିଥିବା ବେଳେ କେତେକର ଦର କମିଛି । ପେଟ୍ରୋଲ ଓ ଡିଜେଲର ସେସ୍‌ ବଢ଼ାଇ ଦିଆଯାଇଥିବାରୁ ପେଟ୍ରୋଲରେ ୨ ଟଙ୍କା ଓ ଡିଜେଲରେ ୨ଟଙ୍କା ୩୦ ପଇସା ଲେଖାଏଁ ବଢ଼ିବ ବୋଲି ଜଣାପଡ଼ିଛି । ଏହି ବର୍ଦ୍ଧିତ ରାଶି ଆସନ୍ତାକାଲି ସକାଳ ୬ଟାରୁ ଲାଗୁ କରାଯିବ ।

ଦାମ ବଢିଥିବା ସାମଗ୍ରୀ:

ଏଥର ବଜେଟରେ ବିଶେଷ କରି ପେଟ୍ରୋଲ, ଡିଜେଲ ଓ ସୁନା ଦାମ ବଢିଛି । ଏଥିସହ ଭିଡିଓ ରେକର୍ଡର, ଅଟୋ ପାର୍ଟସ, ସିସିଟିଭି କ୍ୟାମେରା, ଚାନ୍ଦି, କାଜୁ ଇତ୍ୟାଦିର ଦର ମଧ୍ୟ ବଢ଼ିଛି ।

ଦାମ କମିଥିବା ସାମଗ୍ରୀ:

ଡିଫେନ୍ସ ଇକ୍ୟୁପମେଣ୍ଟସ, ଇଲକ୍ଟ୍ରୋନିକ ଯାନବାହନ ଓ ଏହାର ପାର୍ଟସ, ଧୂପବତୀ, ଚଷମା ଫ୍ରେମ, ବୋତଲ କଣ୍ଟେନର, ହୋମ ଲୋନ, ସାମ୍ପୁ, ହେୟାର ଅଏଲ, ଟୁଥପେଷ୍ଟ, ଓ୍ବାଶିଂ ପାଉଡର, ବ୍ରିଫକେସ, ଯାତ୍ରୀ ବ୍ୟାଗ, ବାସନ କୁସନ, ପାସ୍ତା, ସ୍ୟାନିଟାରୀ ନାପକିନ ଇତ୍ୟାଦି ଶସ୍ତା ହୋଇଛି ।

ତେବେ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି, ନାରୀଙ୍କ ପ୍ରଗତିରେ ଦେଶର ପ୍ରଗତି । ବଜେଟରେ ଏସଏଚଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଯାଏ ଋଣ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କର ଜନଧନ ଆକାଉଣ୍ଟ ଥିଲେ ୫ ହଜାର ଟଙ୍କା ଯାଏ ଓଭରଡ୍ରଫ୍ଟର ସୁଯୋଗ ମଧ୍ୟ ରହିଛି । ସେହିପରି ୨୦୨୨ ସୁଦ୍ଧା ଉଜ୍ଜଳା ଯୋଜନାରେ ୭କୋଟି ମହିଳାଙ୍କୁ ଗ୍ୟାସ କନେକ୍ସନ ଯୋଗାଇଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a comment