ଦୁଇ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪୪ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀର ଓ ହିମାଞ୍ଚଳପ୍ରଦେଶ ରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪୪ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଉର୍ଦ୍ଧ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଆଜି ସକାଳେ ଏକ ଯାତ୍ରୀବାହୀ ମିନିବସ ଘଟିରୁ ତଳକୁ ଖସିପଡିବାରୁ ଘଟଣା ସ୍ଥଳରେହିଁ ୩୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ଥିଲେ । ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ୧୭ ଜଣ ଯାତ୍ରୀ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

ଜେକେ ୧୭-୬୭୮୭ ନମ୍ବର ବିଶିଷ୍ଟ ମିନିବସ ଆଜି ସକାଳେ ଜାମ୍ମୁ-କାଶ୍ମୀରର କେଶୱନଠାରୁ କିସ୍ତୱାର ଅଭିମୁଖେ ଯାଉଥିଲା । ମିନିବସଟିରେ ଅଧିକ ଯାତ୍ରୀ ଥିବାରୁ ଗାଡିଟି ଭାରସାମ୍ୟ ହରାଇ ଘଟିରୁ ତଳକୁ ଖସିପଡିଥିଲା । ଦୁର୍ଘଟଣାରେ ମିନିବସଟି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ହିମାଚଳ ପ୍ରଦେଶର ଶିମଲାର ଖାଲିନି ଗାଁ ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଘାଟିରୁ ତଳକୁ ଖସି ପଡ଼ିଛି । ଘଟଣା ସ୍ଥଳରେ ବସ ଚଳକର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଶିକ୍ଷାର୍ଥୀ ମୃତ୍ୟୁ ଘଟିଥିଲା । ହିମାଚଳ ପ୍ରଦେଶ ରୋଡ୍‌ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ ବିଭାଗର ବସ୍‌ଟିରେ ସ୍କୁଲ ଛାତ୍ରଛତ୍ରୀଙ୍କ ସହ ସାଧାରଣ ଲୋକ ମଧ୍ୟ ଥିଲେ । ଗୁରୁତର ଆହତ ହୋଇଥିବା ଅନ୍ୟ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a comment