ଜି୨୦ ସମ୍ମିଳନୀରେ ଯୋଗଦେବାକୁ ଓସାକାରେ ପହଞ୍ଚିଲେ ମୋଦି, ସାକ୍ଷାତକାର ପୂର୍ବରୁ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ଟ୍ୱିଟ୍‌

0

ଓଡିଶା ଫାଷ୍ଟ(ବ୍ୟୁରୋ): ଜାପାନର ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି । ଓସାକାଠାରେ ଆୟୋଜିତ ଏହି ସମ୍ମିଳନୀ‌ ଜୁନ ୨୮ ଓ ୨୯ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏହା ପୂର୍ବରୁ ଆୟୋଜିତ ମହତ୍ତ୍ୱପୂର୍ଣ୍ଣ ବହୁପକ୍ଷୀୟ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆଜି କଂସାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଓସାକା ଯାଇଛନ୍ତି । ଏହି ଅବସରରେ ସେଠାରେ ବିଭିନ୍ନ ଦେଶର ଲିଡର ଓ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

ଏହି ସାକ୍ଷାତକାର ପୂର୍ବରୁ ଟ୍ରମ୍ପ ଟ୍ୱିଟ୍‌ କରି କହିଛନ୍ତି ଯେ, ଭାରତର ଉତ୍ପାଦ ଶୁଳ୍କ ଅଧିକ । ମୁଁ ଏ ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବି । ଭାରତ ସରକାର ଆମେରିକା ସାମଗ୍ରୀ ଉପରେ ଉଚ୍ଚ ଉତ୍ପାଦ ଶୁଳ୍କ ଲାଗୁ କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାନ୍ତୁ ।

ସୂଚନାଯୋଗ୍ୟ, ଭାରତ ସରକାର ଜୁନ୍‌ ୧୬ରୁ ଆମେରିକାର ୨୯ଟି ସାମଗ୍ରୀ ଉପରେ ଅଧିକ ପରିମାଣର ସୀମା ଶୁଳ୍କ ଲାଗୁ କରିଥିଲେ । ଆମେରିକା ଭାରତ ଠାରୁ ଶିଳ୍ପ ସହାୟତା ପ୍ରତ୍ୟାହାର କରିବାରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।

Leave a comment