ସରିଲା ବିଜେଡି ବିଧାୟକ ଦଳ ବୈଠକ ପାଳନ ହେବ ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ସବୁ ପ୍ରତିଶ୍ରୁତି: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ଷୋଡଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏଥିଯୋଗୁ ଆଜି ଶାସକ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ବସିଥିବା ଏହି ବୈଠକ ପରେ ଗୃହର ନେତା ନବୀନ ପଟ୍ଟନାୟକ କହିଛନ୍ତି, ର୍ନିବାଚନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ । ଇସ୍ତାହାରରେ ଉପସ୍ଥାପନ କରାଯାଇଥିବା ବିଷୟକୁ କାର୍ଯ୍ୟକାରୀ କରାଯିବ । ରାଜ୍ୟର ସ୍ବାର୍ଥ ସମ୍ବର୍ଦ୍ଦିତ ଯେକୌଣସି ପ୍ରସଙ୍ଗରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ନବୀନ କହିଛନ୍ତି ।

ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବଜେଟ ଉପସ୍ଥାପନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ବଜେଟ ଆଲୋଚନା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି । ସନ୍ଧ୍ୟା ସାଢ଼େ ୫ଟାବେଳେ ଅନୁଷ୍ଠିତ ଏହି ବୈଠକରେ ୯୬ ଜଣ ବିଧାୟକ ଉପସ୍ଥିତ ଥିଲେ । ବିଧାନସଭାରେ ଉପଯୁକ୍ତ ସମନ୍ବୟ ନେଇ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପ-ମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ କାର୍ଯ୍ୟ କରିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

Leave a comment