ଠାକୁର ଉପାସ । ଫାଙ୍କି ଦେଲେ ସରକାର ।

0

ଓଡିଶା ଫାଷ୍ଟ(ବ୍ୟୁରୋ): ଆଇନ ମନ୍ତ୍ରୀ ପ୍ରତାପ ଜେନା ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ଆଜି ଗୃହରେ ବିବୃତି ରଖି କହିଛନ୍ତି ନୀତିରେ ବିଳମ୍ବ ହୋଇଛି କିନ୍ତୁ ଠାକୁର ଉପାସ ରହିବା ଖବର ଅମୂଳକ। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୁଝାମଣା ନଥିବା ଖବର ମିଥ୍ୟା ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୧୬ ତାରିଖରେ ଜଗମୋହନ ଦର୍ଶନ ପାଇଁ ବନ୍ଦୋବସ୍ତ କରାଯାଇଥିଲା । ସେ ଦିନ ଆମାବାସ୍ୟା ଥିବାରୁ ନୀତି ବିଳମ୍ବ ହୋଇଥିଲା ।

୭ ରୁ ୮ ଟ୍ରକ ଅମୁଣିଆ ରୋଷଘରେ ଥିଲା । ଯାହାକୁ ସଫା କରିବାକୁ ସମୟ ଲାଗିଥିଲା । ତେଣୁ ପରଦିନ ରାତି ୧୦•୫୦ରେ ରୋଷହୋମ ହୋଇଥିଲା । ଆଜି ଯଥାରୀତି ନୀତିକାନ୍ତି ଚାଲିଛି ।
ମହାସୂଆର ସେବାୟତଙ୍କ ଅସହଯୋଗ ଯୋଗୁ କେବଳ ଭୋଗ ମଣ୍ଡପ ଭୋଗ ପୂଜା ହୋଇପାରିନି ।
ସମସ୍ୟା ସମାଧାନ ପାଇଁ ଆଲୋଚନା ଜାରି ରହିବା ସହ ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave a comment