+୨ କଳା, ବାଣିଜ୍ୟ ଫଳ ପ୍ରକାଶିତ, କମିଲା ପାସ୍ ହାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ସୂଚନା ଭବନ ପରିସରରେ ଥିବା ଗୀତଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ କଳାରେ ପାସ୍ ହାର ୬୫.୮୯% ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୭୦.୨୬% ରହିଛି ।
କଳା ପାସ ହାରରେ ବାଲେଶ୍ୱର ଜିଲା ସର୍ବାଧିକ(୭୫.୬୭%) ରହଛି । ଏବଂ ନବରଙ୍ଗପୁର ଜିଲାରେ ପାସ୍ ହାର ସର୍ବନିମ୍ନ(୪୭.୪୬%) ରହିଛି । ଗତବର୍ଷ ନବରଙ୍ଗପୁରରେ କଳା ପାସ ହାର ସର୍ବନିମ୍ନ ରହିଥିବା ବେଳେ ଚଳିତବର୍ଷ ବି ଏହା ସର୍ବନିମ୍ନରେ ରହିଛି । ତେବେ କଳାରେ ଖୋର୍ଦ୍ଧା ଜିଲାର ଗୋଟିଏ ଓ ଯାଜପୁର ଜିଲାର ଗୋଟିଏ କଲେଜରେ କହେି ଜଣେ ହେଲେ ପାସ୍ କରିନାହାନ୍ତି । ସେହିଭଳି ବାଣିଜ୍ୟରେ ୪ କଲେଜର ସମସ୍ତ ଛାତ୍ରୀଛାତ୍ର ଫେଲ ହୋଇଛନ୍ତି । ତେବେ ଗତ ବର୍ଷ ତୁଳନାରେ ପାସ ହାର କମିଥିବାରୁ ଏହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ ଦାସ କହିଛନ୍ତି । ବାଣିଜ୍ୟରେ ଖୋର୍ଦ୍ଧାରେ ପାସ ହାର ସର୍ବାଧିକ ୮୬.୮୯% ରହିଥିବା ବେଳେ ଦେବଗ ସର୍ବନିମ୍ନ ୨୪.୪୩% ରହିଛି ।