ମୋଦିଙ୍କୁ ଭେଟିଲେ ନବୀନ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସହ ଫନୀ ସହାୟତା ସମ୍ପର୍କରେ ଆଲୋଚନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି ।ଏହି ଅବସରରେ ସେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ସାକ୍ଷାତ ସମୟରେ ଓଡ଼ିଶାର ବିଭିନ୍ନ ଦାବି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ନବୀନ କହିଛନ୍ତି, ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ଫନୀ କ୍ଷୟକ୍ଷତି ନେଇ ଆଲୋଚନା ହୋଇଛି । ଫନୀ ପାଇଁ ୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ଅନୁରୋଧ କରାଯାଇଛି । ୫ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ମଧ୍ୟ ଅନୁରୋଧ ହୋଇଛି । ଏଥିସହ କୋଇଲା ରୟାଲିଟି ସଂଶୋଧନ ଦାବିନେଇ ତାଙ୍କୁ ଅବଗତ କରାଯାଇଛି ବୋଲି ନବୀନ କହିଛନ୍ତି । ଲୋକସଭା ଉପବାଚସ୍ପତି ପଦ ଓ ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ ଆଲୋଚନା ହୋଇନଥିବା ନବୀନ ସୂଚନା ଦେଇଛନ୍ତି ।

Leave a comment