ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୧୩ ତାରିଖରେ ବାଉଁଶବଣିଆ ପଞ୍ଚାୟତ ଅଞ୍ଚଳରେ ୪ ବର୍ଷର ନାବାଳିକା ଘର ଆଗରେ ଖେଳୁଥିଲେ। ଅଭିଯୁକ୍ତ ନିତ୍ୟାଚନ୍ଦନ ଚକୋଲେଟ୍ ଦେବା ବାହାନାରେ ତାକୁ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ନାବାଳିକାଙ୍କ ଯୌନାଙ୍ଗରେ କ୍ଷତ ସୃଷ୍ଟି ହୋଇଥିଲା।
ନାବାଳିକା ଜଣକ କାନ୍ଧି କାନ୍ଧି ନିଜ ଘରକୁ ଯାଇ ମାଆକୁ ସବୁକଥା କହିଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବାସହ ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାଚନ୍ଦନ ଜେନାକୁ ଭଦ୍ରକରୁ ଗିରଫ କରିଛି। ଆଜି ସିଡ୍ଲୁସି ଟିମ୍ ନୀଳଗିରିରେ ପହଞ୍ଚି ପୀଡିତାର ଡାକ୍ତରୀ ମାଇନା କରାଇବାସହ ପୀଡ଼ିତା ନାବାଳିକାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରିଛି। ଏନେଇ ବାଲେଶ୍ୱର ଏସ୍ପି ସୂଚନା ଦେଇଛନ୍ତି।
ଅପରପକ୍ଷରେ କଂଗ୍ରେସ ସଦସ୍ୟମାନେ ଆଜି ବିଧାନସଭାରେ ନୀଳଗିରି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ । ମାତ୍ର ବାଚସ୍ପତି ଆଲୋଚନା ପାଇଁ ରାଜି ନହେବାରୁ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିଥିଲେ। ଯାହାଦ୍ଵାରା ବାଚସ୍ପତି ବାରମ୍ବାର ଗୃହକୁ ମୁତଲବୀ ରଖିଥିଲେ । ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଅଭିଯୋଗ କରିଛନ୍ତି ଯେ ଏହି ଘଟଣାରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସଂପର୍କୀୟ ସଂପୃକ୍ତ ଅଛି । ମାତ୍ର ନୀଳଗିରି ବିଧାୟକ ଏହାକୁ ଖଣ୍ଡନ କରିବା ସହ ଯିଏ ଦୋଷୀ, ଦଣ୍ଡ ପାଇବ ବୋଲି କହିଛନ୍ତି।