ପ୍ରକାଶ ପାଇଲା +୨ ବିଜ୍ଞାନ ଫଳ, ଗତବର୍ଷ ତୁଳନାରେ ପାସ୍ ହାର କମିଲା
ଓଡିଶା ଫାଷ୍ଟ(ବ୍ୟୁରୋ): ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି । ଦିନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଅଡିଟୋରିୟମ୍ରେ ସ୍କୁଲ୍ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପରୀକ୍ଷାଫଳ ପ୍ରକାଶ କରିଛନ୍ତି । ଏଥର ପାସ୍ ହାର ୭୨.୩୩% ରହିଛି । ଚଳିତ ବର୍ଷ ୯୭,୬୫୦ ପିଲା ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୭୦, ୭୧୬ ଜଣ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪୦, ୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୬୪୮ ଛାତ୍ରୀ ପାସ୍ କରିଛନ୍ତି । ପ୍ରଥମ ଶ୍ରେଣୀ ପାଇଛନ୍ତି ମୋଟ ୨୦, ୮୦୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ୨୩, ୯୦୪ ଛାତ୍ରଛାତ୍ରୀ ୨ୟ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୫, ୩୬୦ ଜଣ ୩ୟ ଶ୍ରେଣୀରେ ପାସ୍ କରିଛନ୍ତି ।
ବାଲେଶ୍ୱରର ପାସ୍ ହାର ସର୍ବାଧିକ ୮୬.୫୬% ରହିଥିବା ବେଳେ ଗଜପତିରେ ଏହା ସର୍ବନିମ୍ନ ୩୬.୨୦% ରହିଛି । ପରୀକ୍ଷାର୍ଥୀମାନେ www.chseodisha.nic.in ଏବଂ http://orissaresults.nic.in ଓ୍ବେବ୍ସାଇଟ୍ରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ ।
ସୂଚନାଯୋଗ୍ୟ, ଗତବର୍ଷ ମେ’ ୧୯ରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଚଳିତ ବର୍ଷ ୧୫ ଦିନ ବିଳମ୍ବରେ ପ୍ରକାଶ ପାଇଛି ।