୨୦ମନ୍ତ୍ରୀଙ୍କ ସହ ନବୀନ ଆରମ୍ଭ କଲେ ତାଙ୍କର ୫ମ ଇନିଂସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ। ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ନବୀନଙ୍କ ସମେତ ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କୁ ମିଶାଇ ମୋଟ ୨୧ଜଣ ଆଜି ଶପଥ ଗ୍ରହଣ କରିଛନ୍ତି । ଏହି ଐତିହାସିକ ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟା ଉପସ୍ଥିତ ଥିଲେ।
ମନ୍ତ୍ରୀମଣ୍ଡଳ ତାଲିକା :
ନବୀନ ପଟ୍ଟନାୟକ – ମୁଖ୍ୟମନ୍ତ୍ରୀ
* ୧୧ କ୍ୟାବିନେଟ୍ ମନ୍ତ୍ରୀ :
୧- ପ୍ରଫୁଲ୍ଲ କୁମାର ମଲ୍ଲିକ
୨- ବିକ୍ରମ କେଶରୀ ଆରୁଖ
୩- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୪- ନିରଞ୍ଜନ ପୂଜାରୀ
୫- ପଦ୍ମନାଭ ବେହେରା
୬- ପ୍ରତାପ ଜେନା
୭- ଅରୁଣ କୁମାର ସାହୁ
୮- ସୁଦାମ ମାରାଣ୍ଡି
୯- ସୁଶାନ୍ତ ସିଂ
୧୦- ନବ କିଶୋର ଦାସ
୧୧- ଶ୍ରୀମତୀ ଟୁକୁନି ସାହୁ
* ୯ ରାଷ୍ଟ୍ରମନ୍ତ୍ରୀମାନେ ହେଲେ :
୧- ଅଶୋକ ଚନ୍ଦ୍ର ପଣ୍ଡା
୨- ତୁଷାରକାନ୍ତି ବେହେରା
୩- ଜ୍ୟୋତିପ୍ରକାଶ ପାଣିଗ୍ରାହୀ
୪- ଦିବ୍ୟଶଙ୍କର ମିଶ୍ର
୫- ସମୀର ରଞ୍ଜନ ଦାଶ
୬- ରଘୁନନ୍ଦନ ଦାସ
୭- ଶ୍ରୀମତୀ ପଦ୍ମିନୀ ଦିଆନ୍
୮- ପ୍ରେମାନନ୍ଦ ନାୟକ
୯- ଜଗନ୍ନାଥ ସାରକା
ନବୀନଙ୍କ ନୂତନ ମନ୍ତ୍ରୀ ମଣ୍ଡଳର ୧୦ ନୂଆଁ ମନ୍ତ୍ରୀ ମାନେ ହେଲେ : ଦିବ୍ୟଶଙ୍କର ମିଶ୍ର, ଜଗନ୍ନାଥ ସାରକା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ଶ୍ରୀମତୀ ଟୁକୁନି ସାହୁ, ସମୀର ଦାଶ, ନବ କିଶୋର ଦାସ, ଶ୍ରୀମତୀ ପଦ୍ମିନୀ ଦିଆନ ଏବଂ ତୁଷାରକାନ୍ତି ବେହେରା ।
ପାଟକୁରା ନିର୍ବାଚନ ବାକିଥିବାରୁ ଗୋଟିଏ ମନ୍ତ୍ରୀପଦ ଖାଲି ରଖାଯାଇଛି । ଏଥର ମନ୍ତ୍ରୀ ମଣ୍ଡଳରେ ଅନେକ ହେଭିୱେଟ ନେତା ମନ୍ତ୍ରୀପଦ ତାଲିକାରୁ ବାଦ ପଡିଛନ୍ତି ।