ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀ ସମେତ ୪ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାସ୍ତା କଡ଼ରେ ଥିବା ଏକ ପଥର ବୋଝେଇ ଟ୍ରକକୁ ଏକ ଆମ୍ବୁଲାନ୍ସ ଧକ୍କା ଦେଇଛି । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲା ସୋର ଅଞ୍ଚଳରେ । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିବା ବେଳକୁ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ସୋରର ପୂର୍ବ ମେଦିନୀପୁର ଅଞ୍ଚଳକୁ ଯାଉଥିବା ବେଳେ ଏନ୍ଏଚ୍-୧୬ର ଉତ୍ତରେଶ୍ବର ବରଫ କଳ ଛକ ନିକଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ରୋଗୀଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଲେ ବାସୁ ମଣ୍ଡଳ, ନିମାଇ ମୁନିଆ, ଚନ୍ଦନ ମଣ୍ଡଳ, ଶ୍ରୀମନ୍ତ ଦାସ ମହାପାତ୍ର ।