ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ପରେ ମହାମେଣ୍ଟ ବୈଠକ ବାତିଲ କଲେ ମାୟାବତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରାଯାଇଥିବା ବୁଥ୍‌ ବାହୁଡା ମତରେ ସର୍ବଭାରତୀୟ ସ୍ତରରେ ବିଜେପିକୁ ବହୁମତ ମିଳିଛି । ଏହି ଫଳାଫଳ ବିରୋଧୀ ଦଳଗୁଡ଼ିକର ନିଦ ହଜାଇ ଦେଇଛି । ତେବେ ନିର୍ବାଚନ ରେଜଲ୍ଟ ଆସିବା ପୂର୍ବରୁ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ ପାଇଁ ନିଆଯାଇଥିବା ନିଷ୍ପତ୍ତି ବଦଳି ଯାଇଛି । ଏଥର ନିର୍ବାଚନରେ କୌଣସି ଜାତୀୟ ଦଳକୁ ବହୁମତ ମିଳିବନାହିଁ ବୋଲି ଅନୁମାନ କରାଯାଉଥିବା ବେଳେ ବୁଥ୍‌ବହୁଡ଼ା ସର୍ଭେ ରିପୋର୍ଟ ବିଜେପି ସପକ୍ଷରେ ଯାଇଛି । ଫଳରେ ମହାମେଣ୍ଟ ଯୋଜନା କରୁଥିବା ବିରୋଧୀ ଦଳଗୁଡ଼ିକଙ୍କ ହୋସ ଉଡ଼ିଯିବା ଭଳି ପରିସ୍ଥିତି ଉପୁଜିଛି ।

ମହାମେଣ୍ଟ ବୈଠକ ପାଇଁ ଆଜି ବିଏସ୍‌ପି ମୁଖ୍ୟ ମାୟାବତୀ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଦେଖାହୋଇ ଆଲୋଚନା କରିବାର ଥିଲା । କିନ୍ତୁ ଏକଜିଟ୍‌ ପୋଲ୍‌ ସର୍ଭେ ରିପୋର୍ଟ ଆସିବା ପରେ ମାୟାବତୀ ତାଙ୍କ ଦିଲ୍ଲୀ ଗସ୍ତ ସ୍ଥଗିତ କରିଥିବା ଜଣାପଡ଼ିଛି । ତେବେ ମହାମେଣ୍ଟ ବୈଠକରୁ ମାୟାବତୀ ବାଦ୍‌ ପଡ଼ିଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଗତକାଲି ସୋନିଆଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିଥିଲେ । ଆଜି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave a comment