ଆଜି ହେବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅପରାହ୍ଣ ୫ଟା ୪୫ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ନୂତନ ସରକାର ଗଠନ ପୂର୍ବରୁ ପୂର୍ବ ବିଧାନସଭାକୁ ଭଙ୍ଗ କରିବାର ପ୍ରାବଧାନ ଥିବାରୁ ଆଜି ଏହି କ୍ୟାବିନେଟ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ କରାଯିବ ।

ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖରେ ଅଛି ଭୋଟ ଗଣତି । ବିଜେଡି ପୁଣିଥରେ ସରକାର ଗଠନ କରିବାକୁ ଆକଳନ କରିଛି । ବିଜେଡିର ନୂତନ ସରକାର ଶପଥ ଗ୍ରହଣ ଉତ୍ସବ ଆସନ୍ତା ୨୭ ତାରିଖରେ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି । ବାତ୍ୟା ଫନି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେବା ସହ ରାଜ୍ୟର ବ୍ୟାପକ କ୍ଷତି ହୋଇଥିବାରୁ ଏହି ଶପଥ ଗ୍ରହଣ ସମାରୋହ ନିରାଡ଼ମ୍ବର ଭାବେ କରାଯିବାକୁ ସ୍ଥିର ହୋଇଥିବା ବିଜେଡି ଦଳରେ ଚର୍ଚ୍ଚା ହେଉଛି ।

Leave a comment