ଫନି ଠାରୁ ନିଖୋଜ ଥିବା ବ୍ୟକ୍ତିର ହୋର୍ଡିଂ ତଳୁ ଗଳିତ ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଭୁବନେଶ୍ୱର ର ମାଷ୍ଟର୍ କ୍ୟାଣ୍ଟିନ୍ ଛକ ନିକଟରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ସାଲିଆ ସାହିର କାର୍ତ୍ତିକ ରାଉତ ।

ସୂଚନା ଅନୁଯାୟୀ, କାର୍ତ୍ତିକ ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ଏକ ଚା’ ଦୋକାନ କରିଥିଲେ । ମାତ୍ର ବାତ୍ୟା ଫନି ପରଠାରୁ ସେ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ।
ରାଜଧାନୀର ବିଭିନ୍ନ ସ୍ଥାନରୁ ଉପୁଡି ପଡିଥିବା ହୋର୍ଡିଂ ହଟାଯାଉଥିଲା । ମାଷ୍ଟର୍‌ କ୍ୟାଣ୍ଟିନ୍‌ ନିକଟରେ ପଡିଥିବା ହୋର୍ଡିଂ ଉଠାଇବା ସମୟରେ ସେଠାରୁ କାର୍ତ୍ତିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେଣୁ ‘ଫୋନି’ରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ।

ସେହିପରି ‘ଫୋନି’ରେ ରାଜଧାନୀରେ ତିନି ଜଣଙ୍କ ଉପରେ ଗଛ ଓ ଦୁଇ ଜଣଙ୍କ ଉପରେ ଆଜ୍‌ବେଷ୍ଟସ୍ ପଡ଼ିଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା ।

ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (ଏସ.ଇ.ଓ.ସି) ସୂଚନା ଅନୁଯାୟୀ, ରାଜ୍ୟରେ ଫୋନି ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଯାଜପୁର ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରେ ୪, କଟକରେ ୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମାତ୍ର ସବୁ ସ୍ଥାନ ସହ ଯୋଗାଯୋଗ ସମ୍ଭବପର ହୋଇ ନପାରିବାରୁ ମୃତ୍ୟୁ ସଂଖ୍ୟା ଅଧିକ ହେବାର ଆଶଙ୍କା କରାଯାଉଛି ।

Leave a comment