ବିଜେଡିର ନିର୍ବାଚନ ପର ସର୍ଭେ ରିପୋର୍ଟ, ପଢନ୍ତୁ ବିଜେଡି କରିଛି କେତେ ଆକଳନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ସମସ୍ତ ନିର୍ବାଚନ ସମାପ୍ତ ହେବାପରେ ବିଜେଡି ପକ୍ଷରୁ ନିର୍ବାଚନ ସର୍ଭେ କରାଯାଇଥିଲା । ଏହାର ରିପୋର୍ଟ ମୁତାବକ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଖାତାକୁ ୧୬ ଟି ଆସନ ଯିବାର ସମ୍ଭାବନା ଅଛି । ବାକି ଥିବା ୫ଟି ଲୋକସଭା ଆସନ ଯେଉଁଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଏହିସବୁ ଆସନରେ କେଉଁ ଦଳ ଜିତିବ ତାହା ବିଜେଡି ଆକଳନ କରିପାରୁ ନାହିଁ । ସେହି ଆସନ ଗୁଡିକ ହେଲା ସୁନ୍ଦରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଭୁବନେଶ୍ୱର, ନବରଙ୍ଗପୁର ଓ ମୟୁରଭଞ୍ଜ ।

ସେହିପରି ୧୪୭ ଟି ବିଧାନସଭା ଆସନ ମଧ୍ୟରୁ ୯୮ ରୁ ୧୦୪ଟି ଆସନ ବିଜେଡି ଖାତାକୁ ଯିବ । ତେଣୁ ଓଡ଼ିଶାରେ ବିଜେଡି ପୁନର୍ବାର ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ।

ପୂର୍ବରୁ ୨୦୧୪ ମସିହାରେ ସାରା ଭାରତ ବର୍ଷରେ ମୋଦି ଲହର ଥିବା ବେଳେ ଏହାର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିନଥିଲା । ବିଜେଡି ୧୪୭ରୁ ୧୧୭ଟି ବିଧାନସଭା ଆସନ ଓ ୨୧ରୁ ୨୦ ଟି ଲୋକସଭା ଆସନ ଦଖଲ କରିଥିଲା । ଏଥର ନିର୍ବାଚନରେ କିନ୍ତୁ କିଛି ଭିନ୍ନ ଦେଖିବାକୁ ମିଳିଛି ଯେତେବେଳେ ସାର ଭାରତରୁ ମୋଦି ଲହର କମିଛି ଓଡ଼ିଶାରେ କିନ୍ତୁ ମୋଦିଙ୍କ ପ୍ରଭାବ ପଡିବା ଲକ୍ଷ୍ୟ ହେଉଛି । ତେଣୁ ଏଥର ବିଜେଡ଼ିର ଆସନ ସଂଖ୍ୟା କମିବା ସହ ଅନେକ ସ୍ଥାନରେ ବିଜେଡି ଓ ବିଜେପି ପ୍ରାର୍ଥୀ ଙ୍କ ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନ ମଧ୍ୟ ଅଛି । ତେଣୁ ଏହି ନିର୍ବାଚନ ରେ କଂଗ୍ରେସ କୁ ପଛରେ ପକାଇ ବିଜେପି ଦ୍ୱିତୀୟ ସ୍ଥାନରେ ରହିବା ସହ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।

Leave a comment