ଫୋନି ପାଇଁ ଘୁଞ୍ଚିଲା ପରୀକ୍ଷା, ୪ ତାରିଖ ଯାଏଁ ନନ୍ଦନକାନନ ବନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ ଫୋନି ଓଡ଼ିଶା ଉପକୂଳରେ ଲ୍ୟାଣ୍ଡ ଫଲ୍ କରିବାକୁ ଥିବାରୁ ଆସନ୍ତା ୨, ୩ ଓ ୪ ତାରିଖରେ ହେବାକୁଥିବା ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ । ସେହିପରି ବିପିୟୁଟି ଅଧୀନରେ ଥିବା ୧୪୬ଟି କଲେଜରେ ହେବାକୁଥିବା ସମସ୍ତ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୨୫, ୨୭ ଓ ୨୮ ତାରିଖରେ ଏହି ପରୀକ୍ଷାଗୁଡ଼ିକ କରାଯିବ ବୋଲି ବିପିୟୁଟି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିସହ ଫୋନି ପାଇଁ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ମଧ୍ୟ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି ।