ବାରଣାସୀ ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଜିଲାପାଳଙ୍କ ଅଫିସରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଯାଇ ମୋଦି ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୋଦିଙ୍କ ନାମାଙ୍କନ ବେଳେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଅଧ୍ୟକ୍ଷ ନୀତୀଶ କୁମାର, ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଶିରୋମଣି ଅକାଳୀ ଦଳ (ଏସଏଡି) ନେତା ପ୍ରକାଶ ସିଂ ବାଦଲଙ୍କ ସମେତ ଏନଡିଏ ନେତାମାନେ ଉପସ୍ଥିତ ରହିଥିଲେ । ନାମାଙ୍କନ ପୂର୍ବରୁ କାଳଭୈରବ ମନ୍ଦିର ଦର୍ଶନ ।

ଅପରପକ୍ଷେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଥିବା ବେଳେ ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଥିଲା । ହେଲେ ଶେଷରେ କଂଗ୍ରେସ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ ନ କରି ବାରାଣସୀ ଆସନରୁ ଅଜୟ ରାୟଙ୍କୁ ଗୁରୁବାର ପୁଣିଥରେ ଟିକେଟ ଦେଇଛି ଦଳ । ଫଳରେ ପ୍ରିୟଙ୍କାଙ୍କ ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି ।

Leave a comment