ବରଗଡ଼ ଜିଲ୍ଲାର ୩ ବୁଥ୍‌ରେ ସାନି ମତଦାନ, ସମସ୍ତ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରଗଡ଼ ଜିଲାର ୩ ବୁଥ୍‌ରେ ଗୁରୁବାର ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି । ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନଂ-୧୬ରେ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ । ସେହିପରି ଭେଡ଼େନ ବ୍ଲକ ଅଧୀନ ବୁଥ୍‌ ନଂ-୨୩୫ ଏବଂ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନଂ-୬୮ରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ । ଭୋଟ ଗ୍ରହଣ କେନ୍ଦ୍ରଗୁଡିକରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ବୁଥରେ ସୁରକ୍ଷା ଦୃଷ୍ଟିରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ କିମ୍ବା ଭିଡିଓ ଉତ୍ତୋଳନ ପାଇଁ ବାରଣ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୧୮ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସମୟରେ ଇଭିଏମ ଭିଭିପିଏଟି ପରିଚାଳନାରେ ତୃଟି ଯୋଗୁ ଏହି ବୁଥ୍‌ଗୁଡିକରେ ମତାଦାନ ବାତିଲ କରାଯାଇଥିଲା । ଏଥିସହିତ ସମ୍ପୃକ୍ତ ବୁଥ୍‌ର ସେକ୍ଟର ଅଫିସର ଓ ପ୍ରିଜାଇଡ଼ିଂ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ।

Leave a comment