ବ୍ରହ୍ମଗିରି ୨୨୨ ନଂ. ବୁଥ୍‌ରେ ଇଭିଏମ୍‌ ଭାଙ୍ଗିଦେଲେ ଭୋଟର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ଚିହ୍ନକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଥିବା ନେଇ ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ଏକ ବୁଥ୍‌ରୁ ଅଭିଯୋଗ ଆସିଥିବା ବେଳେ ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଦଳକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଛି ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ର୍ନିବାଚନମଣ୍ଡଳୀରୁ । ଏହାକୁ ନେଇ ବୁଥ୍‌ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଇଭିଏମ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବ୍ରହ୍ମଗିରି କମାଳ ଶାସନର ୨୨୨ ନଂ.ରେ ଗୋଟିଏ ଚିହ୍ନ ପାଇଁ ବଟନ ଦବାଇଥିଲେ ସୁଦ୍ଧା ତାହା ଅନ୍ୟ ଦଳକୁ ଯାଇଥିଲା । ଏ ନେଇ କେତେଜଣ ଭୋଟର ପ୍ରିଜାଇଡିଂ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଏ ନେଇ କୌଣସି ସମାଧାନ କରା ନଯାଇ ସେହି ତ୍ରୁଟିପୂର୍ଣ୍ଣ ଇଭିଏମ୍‌ରେ ଭୋଟ ଗ୍ରହଣ କରାଯାଇଥିଲା । ଯାହାକୁ ନେଇ ବୁଥ୍‌ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ କେତେଜଣ ଭୋଟର ଉତ୍ତ୍ୟକ୍ତ ହୋଇ ଇଭିଏମ୍‌ ଭାଙ୍ଗି ଦେଇଛନ୍ତି । ଏହାପରେ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a comment