ଓଡ଼ିଶା ଆଉ ଗରିବ ହୋଇ ନାହିଁ, ନିଜ ସ୍ୱାର୍ଥ ପାଇଁ ଅନ୍ୟନେତା ଓଡ଼ିଶାକୁ ଗରୀବ କହୁଛନ୍ତି: ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯାୟ ର୍ନିବାଚନ ପାଇଁ ଆଜିଠାରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳୁ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ’ ଓ ନିର୍ବାଚନୀ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ନିଆଳି, ରାହାମା ଏବଂ ଜଗତସିଂହପୁରଠାରେ ଆୟୋଜିତ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ।

ଏହି ଅବସରରେ ନବୀନ କହିଥିଲେ, ୧୯୯୯ ମସିହା ମହାବାତ୍ୟା ବେଳର ଓଡ଼ିଶା ଓ ଏବେର ଓଡ଼ିଶା ମଧ୍ୟରେ ବହୁତ୍‌ ଫରକ ରହିଛି । ମହାବାତ୍ୟାରେ ସାରା ଓଡ଼ିଶା ଛାରଖାର ହୋଇଯାଇଥିବା ବେଳେ ଆଜି ସେ ନିଜ ବଳରେ ଠିଆ ହେବା ସହ ଅନ୍ୟ ରାଜ୍ୟକୁ ମଧ୍ୟ ସହଯୋଗ କରିପାରୁଛି । ସବୁ ନେତା ଓଡ଼ିଶାକୁ ଗରୀବ ରାଜ୍ୟ କହି ଭୋଟ ମାଗୁଥିବା ବେଳେ ଓଡ଼ିଶା ଆଉ ଗରିବ ହୋଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ଏଥିସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ବର୍ଷକୁ ଦିଆଯିବା ସହ ମହିଳାମାନଙ୍କୁ ଏହାର ଡବଲ ଅର୍ଥାତ୍‌ ୧୦ଲକ୍ଷ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି । ଏସ୍‌ଏସ୍‌ଜି ମାଧ୍ୟମରେ ଓଡ଼ିଶାରେ ନାରୀମାନେ ସଶକ୍ତ ହୋଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ କେନ୍ଦ୍ର ସରକାରଙ୍କ ଅବହେଳା ଦର୍ଶାଇ ନବୀନ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ।

Leave a comment