କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ନିକୁଞ୍ଜ ଧଳ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅଧିଷ୍ଠିତ ନିକୁଞ୍ଜ ବିହାରୀ ଧଳକୁ ବଦଳି କରାଯାଇଛି। ସେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପର ମନ୍ତ୍ରଣାଳୟରେ ଯୋଗ ଦେବେ। ଏ ନେଇ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ କମିଟି ଅନୁମୋଦନ କରିଛନ୍ତି। ଏହାଙ୍କ ସହ ଆଉ ଦୁଇଜଣ ଆଇଏଏସ୍‍ ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଥିବା ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ରାଜ୍ୟ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିବା ନିକୁଞ୍ଜ ବିହାରୀ ଧଳଙ୍କୁ ନିର୍ବାଚନ ପରେ ନୂଆ ସରକାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିଲେ। କିନ୍ତୁ କିଛିଦିନ ପରେ ତାଙ୍କୁ ନେଇ ଅନେକ ଅଭିଯୋଗ ଆସିଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସୁଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଆଲୋଚନା ହୋଇଥିଲା। ଏହାପରେ ତାଙ୍କୁ କେନ୍ଦ୍ରୀୟ ଡେପ୍ୟୁଟେସନ୍‍ରେ ପଠାଯିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ୧୮ ଜଣ ଆଇଏଏସ୍‍ ଅଧିକାରୀଙ୍କ ଅଦଳବଦଳ ତାଲିକାରେତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ବଦଳି କରାଯାଇଛି। ସେ ଉମଙ୍ଗ ନରୁଲାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ୧୯୯୩ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଅଧିକାରୀ ଶ୍ରୀ ଧଳ ଆସନ୍ତା ଜୁନ୍‍ ୩୦ରେ ଅବସର ନେବେ।

ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ବୈଦେଶିକ କାରବାର ନିର୍ଦ୍ଦେଶାଳୟରେ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ୧୯୯୪ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ସନ୍ତୋଷକୁମାର ଷଡ଼ଙ୍ଗୀଙ୍କୁ ମଧ୍ୟ ବଦଳି କରାଯାଇଛି। ସେ ଏଣିକି ନୂତନ ଏବଂ ନବୀକରଣଯୋଗ୍ୟ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିବେ। ଠିକ୍‍ ସେହିପରି ୧୯୯୪ ବ୍ୟାଚ୍‍ ଆଇଏଏସ୍‍ ରଞ୍ଜନା ଚୋପ୍ରାଙ୍କ ପଦବୀକୁ ସ୍ୱତନ୍ତ୍ର ସଚିବ ପାହ୍ୟା ସଚିବସ୍ତରୀୟ ପାହ୍ୟାକୁ ପଦୋନ୍ନତି କରିଛନ୍ତି। ସେ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଚିବ ଓ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ।

Leave a comment