ଭୁବନେଶ୍ୱର ମଧ୍ୟରେ ପ୍ରଚାର ଠାରୁ ବଳିଲା ବୋମାମାଡ଼, ପୂର୍ବତନ ମେୟର ଅନନ୍ତଙ୍କ ଉପରେ ବୋମାମାଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଉପରକୁ ବୋମାମାଡ । ଅନନ୍ତଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।

ସୂଚନା ଅନୁଯାୟୀ, ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଓ ତାଙ୍କ ଜଣେ ସମର୍ଥକ ମାରୁତି ୮୦୦ ଗାଡି ରେ ଦଳୀୟ କାମରେ ଝାରପଡା କେନାଲ ରୋଡ଼ରେ ଯିବା ସମୟରେ ଜଣେ ଦୁର୍ବୃତ୍ତ ଏକ ବାଇକରେ ଆସି ଅନନ୍ତଙ୍କୁ ଉପରକୁ ବୋମାମାଡ଼ କରିଥିଲେ । ଫଳରେ ଅନନ୍ତ ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଅନନ୍ତଙ୍କ ସହଯୋଗୀ ମଧ୍ୟ ଏହି ବୋମାମାଡ଼ରେ ଆହତ ହୋଇଛନ୍ତି । ଏବେ ଅନନ୍ତ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ଅଛନ୍ତି ।

ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମଧ୍ଯ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଥିଲା ।

Leave a comment