ପ୍ରବଳ ଖରା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟରେ ସର୍ବାଧିକ ତାପମାତ୍ରା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇଥିବାର ଦେଖାଯାଇଛି । ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନ୍ୟ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ଆଭ୍ୟନ୍ତରୀଣ ତାପମାତ୍ରା ଓଡ଼ିଶା ଜିଲ୍ଲାର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୫ରୁ ୭ ଡିଗ୍ରୀ ସେଲସିୟସ ଠାରୁ ଅଧିକ ରହିଥିଲା । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ ଏବଂ ଅନ୍ୟ କେତେକ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ରହିଥିଲା |
ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବଢିଛି । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରାୟ ୨ ଡିଗ୍ରୀ ହ୍ରାସ ମଧ୍ୟ ପାଇଛି । ଗତକାଲିର ସର୍ବାଧିକ ଦିନର ତାପମାତ୍ରା ବୌଦ୍ଧରେ ୪୩,୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଗତକାଲି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ କରାଯାଇଥିଲା ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ତେବେ ଆଜି ୧୭ ମାର୍ଚ୍ଚରେ ବଲାଙ୍ଗୀର, ଅନୁଗୁଳ କଳାହାଣ୍ଡି ଜିଲ୍ଲା ଉପରେ ଅଳ୍ପ କେତେକ ସ୍ଥାନରେ ପ୍ରବଳ ଗରମ ଅନୁଭୁତ ହୋଇପାରେ । ଝାରସୁଗୁଡା, ଏବଂ ବୌଦ ଜିଲ୍ଲାର କେତେକ ସ୍ଥାନରେ ହିଟ୍ ୱେଭ୍ ହେବାର ସମ୍ଭାବନା ରହିଛି । ଏହିସବୁ ସ୍ଥାନକୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି ।
ସେହିପରି ସମ୍ୱଲପୁର ସୁନ୍ଦରଗଡ ଏବଂ ବଲାଙ୍ଗିରରେ ଅଧିକ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ଗଜପତିର ଗୋଟିଏରୁ ଦୁଇଟି ସ୍ଥାନରେ ଅଧିକ ଗରମ ଅନୁଭବ ହେବାର ସମ୍ଭାବନା ରହିଛି ।
ସେହିପରି ୧୮ ମାର୍ଚ୍ଚ ପାଇଁ ଝାରସୁଗୁଡା ଏବଂ ବୌଦ୍ଧକୁ ଅରେଞ୍ଜ ଆଲର୍ଟ ଏବଂ ବଲାଙ୍ଗିର, ସୁନ୍ଦରଗଡ, ଅନୁଗୁଳ ଏବଂ କଳାହାଣ୍ଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୯ ମାର୍ଚ୍ଚ ପାଇଁ ବୋଦ୍ଧକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି ଏବଂ ବଲାଙ୍ଗିର ଏବଂ ଝାରସୁଗୁଡା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ମାର୍ଚ୍ଚ ୧୯ରୁ ୨୨ କାଳବୈଶାଖୀ ହେବାର ସମ୍ଭାବନା ଅଛି। ପବନର ବେଗ ଘଣ୍ଟା ପ୍ରତି ୭୦କିମି ରହିବ, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ୧୬ ମାର୍ଚ୍ଚ ରବିବାର ଦିନ ଦଶପଲ୍ଲାରେ କାଳବୈଶାଖୀ ହେବା କାରଣରୁ ଅନେକ ଶାଳ ଗଛ ଭାଙ୍ଗିଯାଇଥିଲା । ଦଶପଲ୍ଲା – ଭଞ୍ଜନଗର ରାସ୍ତା ନେଡ଼ିପାଜୁ ଛକରେ ଭାଙ୍ଗି ପଡିଥିଲା ଅନେକ ବିଶାଳ ଶାଳ ଗଛ । ଗଛ ପଡ଼ି ରାସ୍ତା ଅବରୋଧ ହେବା କାରଣରୁ ଅନେକ ଗାଡ଼ି ମୋଟର ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଗଛ ଗୁଡିକୁ ରାସ୍ତାରୁ ହଟାଯାଇଥିବାରୁ ଯାନ ଚଳାଚଳ ସ୍ୱଭାବିକ ହୋଇଥିଲା