ଶ୍ରୀଲଙ୍କାରେ ସିରିଏଲ୍ ବ୍ଲାଷ୍ଟ୍ , ୧୫୬ ମୃତ ଏବଂ ୩୦୦ ରୁ ଉର୍ଦ୍ଧ୍ବ ସଙ୍କଟାପନ୍ନ । ଜାରୀ ହେଲା ହେଲ୍ପଲାଇନ ନମ୍ବର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ପ୍ରାୟ ୯ଟା ସମୟରେ ଶ୍ରୀଲଙ୍କାର ରାଜଧାନୀ କୋଲମ୍ବୋ ଠାରେ ହୋଇଛି ସିରିଜ ବିସ୍ଫୋରଣ । ଆଜି ଖ୍ରୀଷ୍ଟିୟାନ୍ ସଂପ୍ରଦାୟର ପବିତ୍ର ପର୍ବ ଇଷ୍ଟର ହୋଇଥିବାରୁ ଚର୍ଚ୍ଚ ଗୁଡିକ ସକାଳୁ ଚଳଚଞ୍ଚଳ ଥିଲା । ଏହାକୁ ଦୃଷ୍ଟିରେ ରହି ଆତଙ୍କି ମାନେ ଏପରି କାଣ୍ଡ ଭିଆଇଛନ୍ତି । ଏକାଥରେ ୩ଟି ଚର୍ଚ୍ଚ ଓ ୩ଟି ହୋଟେଲରେ ହୋଇଛି ବିସ୍ଫୋରଣ । ଏହି ବିସ୍ପୋରଣରେ ୧୫୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେମଧ୍ୟ ୩୦୦ରୁ ଉର୍ଦ୍ଧ୍ବ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଫାହିବା ସମ୍ଭାବନା ଅଛି । ଏହି ଦୁର୍ଘଟଣା ପରେ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ବିଦେଶ ମନ୍ତ୍ରାଳୟ ତରଫରୁ ଭାରତ ପାଇଁ ଜାରୀ କରାଯାଇଥିବା ହେଲପଲାଇନ୍ ନମ୍ବର : +୯୪୭୭୭୯୦୩୦୮୨ +୯୪୧୧୨୪୨୨୭୮୮ +୯୪୧୧୨୪୨୨୭୮୯ +୯୪୭୭୭୯୦୨୦୮୨

ଶ୍ରୀଲଙ୍କା ରିପୋର୍ଟ ଅନୁସାରେ, ବଟିକାଲୋଆ, ନେଗୋମବୋ ଏବଂ କୋଲମ୍ବୋର ର ଚର୍ଚ୍ଚ ଏବଂ ହୋଟେଲ ଶାଙ୍ଗରୀ ଲା, ସିନ୍ନାମନ ଗ୍ରାଣ୍ଡ ହୋଟେଲ ଏବଂ କିଙ୍ଗସବରୀ ସମେତ ହୋଟେଲରେ ମଧ୍ୟ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକିଛନ୍ତି ।

ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହ କୋଲମ୍ବୋ ସ୍ଥିତ ଭାରତୀୟ ଉଚ୍ଚାୟୋଗଙ୍କ ମଧ୍ୟରେ ଲଗାତାର ସଂପର୍କରେ ଥିବା ଦର୍ଶାଇଛନ୍ତି ।

Leave a comment